ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିତ୍ବକୁ ବିରୋଧ, ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀଙ୍କ ପ୍ରତିବାଦ

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪ : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିତ୍ବକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ତଥ୍ୟ ଲୁଚାଇବା ଅଭିଯୋଗ କରି ଧାରଣାରେ ବସିଛନ୍ତି ବିଜେପି କର୍ମୀ । ବିଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ନଦେଇ ସେ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଯଦି ଅନନ୍ତ ଜେନା କହୁଛନ୍ତି ସେ ଇସ୍ତଫା ଦେଇସାରିଛନ୍ତି ତେବେ ଅନନ୍ତ ତାଙ୍କ ପ୍ରାର୍ଥୀପତ୍ର ଦାଖଲରେ ଦୁଇଟି କଲମ୍ ଖାଲି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି କର୍ମୀମାନେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରି ଧାରଣା ଦେଇଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନାମାଙ୍କନ ଦାଖଲ ବେଳେ ସଠିକ୍‌ ତଥ୍ୟ ଦେଇ ନଥିବା ଅଭିଯୋଗ କରି ତାଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.