Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ଖୁସିରେ ସମର୍ଥକ ତାଙ୍କ ଫଟୋରେ କ୍ଷୀର ଢାଳି କଲେ ଅଭିଷେକ

ଭୋପାଲ ୩୦/୫ : ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସନ୍ନ ଅଛନ୍ତି ମୋଦିଙ୍କ ସମର୍ଥକ । ସାରା ଦେଶରେ ଖୁସି ଲହର ଦେଖିବାକୁ ମିଳିଛି । ଭୋପାଲରେ ଆଜି ସକାଳୁ ଏକ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେଉଥିବା ଖୁସିରେ ମୋଦିଙ୍କ ସମର୍ଥକ କ୍ଷୀରରେ ମୋଦିଙ୍କ ଫଟୋକୁ ଅଭିଷେକ କରିଥିଲେ । ତାଙ୍କ ସମର୍ଥକ କହିଛନ୍ତି ଯେ, ମୋଦି ଦେଶର ଅନେକ ଉନ୍ନତି କରିଛନ୍ତି । ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ଦେଶକୁ ଆହୁରି ଆଗକୁ ନେଇଯିବେ । ସେଥିପାଇଁ ସେମାନେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ମୋଦିଙ୍କ ଫଟୋରେ କ୍ଷୀର ଢାଳି ଅଭିଷେକ କରି ସେମାନେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ଦେଖନ୍ତୁ ଭିଡିଓ :

58 Views

   ସମ୍ବନ୍ଧିତ ଖବର