ନେତାଙ୍କୁ ଗିରଫ ପ୍ରତିବାଦରେ ତାତିଲେ ବିଜେପି କର୍ମୀ : ଗଜପତି ଏସପିଙ୍କ କାର୍ଯ୍ୟାଳୟ କଲେ ଘେରାଉ

Published By : Prameya-News7 Bureau | December 05, 2019 IST

ଗଜପତି ୫/୧୨: ଗଜପତି ଜିଲ୍ଲା ପୋଲିସର ବେଆଇନ ଗିରଫଦାରୀ ଏବଂ ଗୁମ୍ମା ବ୍ଲକର ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ବିଶୋୟୀଙ୍କୁ ଗିରଫ କରିବା ପ୍ରତିବାଦରେ ବିଧାୟକ କେ ନାରାୟଣ ରାଓଙ୍କ  ନେତୃତ୍ବରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଗତ କିଛିଦିନ ତଳେ ଗୁମ୍ମା ବ୍ଲକରେ ସରକାରୀ ଯୋଜନାରେ ବିଜୁ ଯୁବ ବାହିନୀ କିଟ୍ ବଣ୍ଟନବେଳେ ବେଆଇନ ଭାବେ ବିଜେଡ଼ିର ସମର୍ଥକ କିଟ୍ ବାଣ୍ଟିଥିଲେ। ତେବେ ଏହାର ପ୍ରତିବାଦ କରିଥିଲେ ​‌ ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ। ସେଥିପାଇଁ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି ବିଜେପି।

{"id":194191,"sizeSlug":"large"}

ଏହି ଗିରଫ ଦାବିରେ ପ୍ରତିବାଦରେ ଆଜି ଶହ ଶହ ବିଜେପି କର୍ମୀ ବିଧାୟକ କେ ନାରାୟଣ ରାଓ ଙ୍କ ନେତୃତ୍ବରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଜେପି ର ରାଜ୍ୟ ସ୍ତରୀୟ ନେତା ଭୃଗୁ ବକ୍ସି ପାତ୍ର ଯୋଗ ଦେଇ ଏସପି ସାରା ଶର୍ମାଙ୍କୁ ଆନ୍ଦୋଳନ ସ୍ଥଳକୁ ଆସି   ଆଲୋଚନ କରିବା ପାଇଁ ଜିଦ୍ ଧରି ବସିଥିଲେ ।

{"id":194193,"sizeSlug":"large"}

ଦୀର୍ଘ ସମୟ ଧରି ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏସପି ସାରା ଶର୍ମା ପହଞ୍ଚି ଆଲୋଚନା କରିଥିଲେ । ଏହାପରେ ବିଜେପି କର୍ମୀ ମାନେ ଆନ୍ଦୋଳନରୁ ଓହରିଲେ ଏବଂ ଏସପି ସାରା ଶର୍ମା ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସି ପାତ୍ର । ସେପଟେ ଏସପି କହିଛନ୍ତି ଗୁମ୍ମାର ଘଟଣାରେ ଯଦି କୌଣସି ପାଲଟା ଅଭିଯୋଗ ଆସେ ତେବେ ଘଟଣାକୁ ବିଚାରକୁ ନେଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସାରା ଶର୍ମା କହିଛନ୍ତି ।

{"id":194194,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.