ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ଘରେ ଧସେଇ ପଶିଲେ ବିଜେପି କର୍ମୀ, ୬ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦/୧୨ : ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ଘର ବହାରେ କିଛି ଲୋକ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ଘରେ ପଶିଥିବା ଅଭିଯୋଗ ହୋଇଛି । ବିଜେପି କାର୍ଯ୍ୟକତା ଏପରି କରିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ତେବେ ଏନେଇ ଦିଲ୍ଲୀ ପୋଲିସ କହିଛି ଯେ, ବିଜେପି କାର୍ଯ୍ୟକର୍ତ୍ତା ମନୀଷ ଶିଶୋଦିଆଙ୍କ ଘର ଭିତରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଏହା ପୂର୍ବରୁ ଆପ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଭାରତ ବନ୍ଦ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗୃହବନ୍ଦୀ କରାଯାଇଥିଲା । ଏହା ପରେ ଆପ କାର୍ଯ୍ୟକର୍ତ୍ତା ଏହାକୁ ବିରୋଧ କରି କେଜରିଓ୍ବାଲଙ୍କ ଘର ବାହାରେ ବସିଥିଲେ । ଏହା ପରେ ଅରବିନ୍ଦ କେଜରିଓ୍ବାଲ କହିଥିଲେ, ଭାରତ ବନ୍ଦରେ ଚାଷୀଙ୍କୁ ସମର୍ଥନ କରି ଦିଲ୍ଲୀ-ହରିୟାଣାର ସିନ୍ଧୁ ବର୍ଡର ଯିବାକୁ ଚାହୁଁଥିଲେ । କିନ୍ତୁ ପୋଲିସ ତାଙ୍କୁ ଅଟକାଇବା ସହିତ ଗୃହବନ୍ଦୀ କରିଥିବା ସେ ଅଭିଯୋଗ କରିଥିଲେ । ତେବେ ଦିଲ୍ଲୀ ପୋଲିସ କେଜରିଓ୍ବାଲଙ୍କ ଏହି ଅଭିଯୋଗକୁ ସଂପୁର୍ଣ୍ଣ ଭାବେ ଖଣ୍ଡନ କରିଛି । ଦିଲ୍ଲୀ ପୋଲିସ କହିଛି ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.