ମେହବୁବାଙ୍କ ତ୍ରିରଙ୍ଗା ବିରୋଧୀ ବୟାନକୁ ନେଇ ହଙ୍ଗାମା: ଲାଲ ଛକରେ ତ୍ରିରଙ୍ଗା ଉଡ଼ାଇବାକୁ ପହଞ୍ଚିଥିବା ବିଜେପି କାର୍ଯ୍ୟକର୍ତ୍ତା ଗିରଫ

Published By : Prameya-News7 Bureau | October 26, 2020 IST

ଶ୍ରୀନଗର ୨୬/୧୦ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ତ୍ରିରଙ୍ଗା ବୟାନକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ମେହବୁବାଙ୍କ ବୟାନକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଛି। ବିଜେପି ସୋମବାର ଦିନ ଶ୍ରୀନଗରରୁ କୁପୱାଡା ଯାଏଁ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଛି। କୁପୱାଡାରେ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀନଗରର ପ୍ରସିଦ୍ଧ ଲାଲ ଛକ ପହଞ୍ଚି ତ୍ରିରଙ୍ଗା ଉଡ଼ାଇବାକୁ ଚେଷ୍ଟା କରିଛି। ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଧରିଛି ଓ ୪ଜଣ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି। ନିକଟରେ ମେହବୁବା ମୁଫତି କହିଥିଲେ ଯେ ଯେପର୍ଯ୍ୟନ୍ତ କାଶ୍ମୀରରେ ଧାରା ୩୭୦ ପୁନଃସ୍ଥାପିତ ନ ହୋଇଛି ଏବଂ ତାଙ୍କୁ ଜାମ୍ମୁ କାଶ୍ମୀରର ପତାକା ପୁଣି ନ ମିଳିଛି ସେପର୍ଯ୍ୟନ୍ତ ସେ ତ୍ରିରଙ୍ଗା ଧରିବେ ନାହିଁ।

{"id":350861,"sizeSlug":"large"}

ରବିବାର ଦିନ ବିଜେପି ଛାତ୍ର ସଂଗଠନ (ABVP) କାର୍ଯ୍ୟକର୍ତ୍ତା ରାଷ୍ଟ୍ରୀୟ ଧ୍ବଜାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ମେହବୁବା ମୁଫତିଙ୍କ ବିରୋଧରେ ଜାମ୍ମୁ ପିଡିପି କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ। ଆଜି ପ୍ରଦର୍ଶନର ଦ୍ୱିତୀତ ଦିନ ଥିଲା। ଜାମ୍ମୁରେ ପିଡିପି କାର୍ଯ୍ୟାଳୟରେ କିଛି ଯୁବକ ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ସମୟରେ ମେହବୁବାଙ୍କ ବିରୋଧରେ ନାରାବାଜି ମଧ୍ୟ ହୋଇଥିଲା।

ମୁକ୍ତ ହେବାପରେ ମେହବୁବା ମୁଫତି ଘୋଷଣା କରିଥିଲେ ଯେ ଜାମ୍ମୁ କାଶ୍ମୀରରେ ଜାମ୍ମୁ ପତାକା ଛଡା ଅନ୍ୟ କୌଣସି ପତାକା ଉଡିବନାହିଁ। ଜାମ୍ମୁର ପତାକା ଯେବେ ଫେରିବ ଆମେ ସେହି ପତାକା (ତ୍ରିରଙ୍ଗା)କୁ ମଧ୍ୟ ଉଠାଇବୁ ବୋଲି ସେ କହିଥିଲେ। ଆମ ପତାକାକୁ ଯେଉଁ ଗୁଣ୍ଡାମାନେ ଲୁଟିଛନ୍ତି, ସେଯାଏଁ ଆମେ ଅନ୍ୟ କୌଣସି ପତାକାକୁ ହାତ ଲଗାଇବୁ ନାହିଁ। ସେହି ପତାକା ଆମ ଆଇନର ଅଂଶ। ସେହି ପତାକା ସହ ଆମ ସମ୍ପର୍କ ଏହି ପତାକା ଯୋଗୁଁ ଅଛି ବୋଲି ମେହବୁବା ବିବାଦୀୟ ବୟାନ ଦେଇଥିଲେ।

{"id":350871,"sizeSlug":"large"}

ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରରେ ପିଡିପି, ନ୍ୟାସନାଲ କନ୍ଫରେନ୍ସ ସମେତ ଅନେକ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ କରି ଧାରା ୩୭୦ ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି। ଏଥିପାଇଁ ସମସ୍ତ ଦଳ ଏକ ଚୁକ୍ତି କରିଛନ୍ତି।

ବିଜେପି ମେହବୁବାଙ୍କ ଏହି ବୟାନକୁ ଦେଶଦ୍ରୋହୀ କହିଛି। ବିଜେପି କହିଛି, ପୃଥିବୀର କୌଣସି ଶକ୍ତି ସେହି ପତାକା ପୁଣି ଉଡାଇପାରିବ ନାହିଁ ଓ ଧାରା ୩୭୦ ପୁନଃସ୍ଥାପନ ହୋଇପାରିବ ନାହିଁ। ପ୍ରଦେଶ ବିଜେପି ଅଧ୍ୟକ୍ଷ ରବୀନ୍ଦ୍ର ରାଇନା ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେ ମେହବୁବାଙ୍କ ଦେଶଦ୍ରୋହୀ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.