Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜଗତସିଂହପୁର ବନ୍ଦବେଳେ ଆନ୍ଦୋଳନକାରୀ ଭୁଲିଗଲେ ନୀତି, ହାଟରେ ପଶି ଭାଙ୍ଗିଲେ ଦୋକାନ, ଫୋପାଡ଼ି ଦେଲେ ପରିବା

30/10/2021 at 7:48 PM

ଜଗତ୍‌ସିଂହପୁର, ୩୦/୧୦: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ପାଳନ ବେଳେ ଆଜି ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳୁ ବନ୍ଦ ରହିଥିଲା । ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟ ଓ ଯାନ ବାହନ ଚଳାଚଳ ମଧ୍ୟ ବନ୍ଦ ରହି ଥିବାର ଦେଖାଯାଇଥିଲା । ହେଲେ ବନ୍ଦ ପାଳନ ବେଳେ ସୋମନାଥ ସାପ୍ତାହିକ ହାଟ ଖୋଲା ରହିଥିଲା । ଯାହାକୁ ନେଇ କିଛି କର୍ମୀ ହାଟରେ ହଙ୍ଗାମା କରିବା ସହ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ବିଭିନ୍ନ ପନିପରିବା ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ସକାଳୁ ବିଭିନ୍ନ ସ୍ଥାନରେ ବନ୍ଦ ସପକ୍ଷବାଦୀ କର୍ମୀମାନେ ପିକେଟିଂ ଆରମ୍ଭ କରିଥିବା ସହ ଆନ୍ଦୋଳନକୁ ଆଗକୁ ଅଧିକ ସକ୍ରିୟ କରାଯିବ ବୋଲି କହିଥିଲେ । ହାଟ ଚାଲିଥିବା ଖବର ପାଇ ସେମାନେ ହାଟ ଭିତରେ ପଶି ବ୍ୟବସାୟୀଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କ ପାଲ ଚିରି ଦେଇଥିଲେ । ଯାହାଫଳରେ ବ୍ୟବସାୟୀଙ୍କ କ୍ଷତି ହୋଇଛି ।

ଜିଲ୍ଲାର ଜଗତସିଂହପୁର ସହର ସମେତ ପାରାଦୀପ, କୁଜଙ୍ଗ,ରାହମା, ତିର୍ତ୍ତୋଲ, ବାଲିକୁଦା, ନାଉଗାଁ,ଏରସମା, ବିରିଡି,ରଘୁନାଥପୁର ଆଦି ପ୍ରତ୍ୟକ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା  ।

   Related Posts