Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିରୋଧ, ବିଜେପି କର୍ମୀଙ୍କ ହୋହଲ୍ଲା

25/06/2021 at 4:50 PM

ଆଠଗଡ ୨୫।୬: ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ହୋଇଥିବା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବିରୋଧ କରି ବିଜେପି କର୍ମୀମାନେ ଟିକାକରଣ କେନ୍ଦ୍ରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରିବା ସହିତ ହୋହଲ୍ଲା କରିଥିଲେ । ଫଳରେ ଟିକାକରଣ ବିଳମ୍ବିତ ହୋଇଥିବା ଅଭିଯୋଗ ହୋଇଛି। ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀମାନଙ୍କୁ କିଛି ବିଜେଡି ସମର୍ଥକ ବିରୋଧ କରି ନାରାବାଜି କରିବାରୁ ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଡ଼ାକ୍ତରଖାନା ପକ୍ଷରୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

ସେପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ସେମାନଙ୍କର ଦୂର ଦୃଷ୍ଟି ନାହିଁ କରୋନା ମହାମାରୀ ସ୍ଥିତିରେ ଏମିତି କହିବା ଠିକ୍ ନୁହେଁ କେନ୍ଦ୍ର ସରକାରଙ୍କ ଭୁଲ୍ ଟିକା ନୀତି ପାଇଁ ପ୍ରାୟ ତିନି ଲକ୍ଷରୁ ଅଧିକ ଲୋକ ମଲେଣି ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts