Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ପ୍ରତିବାଦ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

31/05/2021 at 8:42 PM

ଢେଙ୍କାନାଳ, ୩୧/୦୫: ଢେଙ୍କାନାଳ ସହର ସ୍ଥିତ ପୁରୁଣା ଡାକ୍ତର ଖାନାରେ ଚାଲିଥିବା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ବିଭିନ୍ନ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରିକି ବିଭିନ୍ନ ସମୟରେ ଚିକିତ୍ସା ଅଵହେଳାକୁ ନେଇ ଉତ୍ତ୍ୱେଜନା ମଧ୍ୟ ପ୍ରକାଶ ପାଉଛି । ତଥାପି ଜିଲ୍ଲା ସ୍ୱାସ୍ଥ୍ୟ କତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ ।

ଫଳରେ ଢେଙ୍କାନାଳ କୋଭିଡ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ମନମାନି ଚରମ ସୀମା ଡେଇଁ ଯାଉଛି ।ଯାହାକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଛି ବିଜେପି । ଏହାର ପ୍ରତିବାଦରେ ଆଜି ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘେରିଥିଲେ ।

ଏ ସମ୍ପର୍କରେ ପ୍ରତିବାଦ କରି ସିଡ଼ିଏମଓଙ୍କୁ ପ୍ରତିକାର ଦାବି କରିଛନ୍ତି ବିଜେପି କର୍ମୀ । ତେବେ ଏହାର ତୁରନ୍ତ ପ୍ରତିକାର ଓ ସୁଧାର ନ ହେଲେ ଆଗାମୀ ସମୟରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

   Related Posts