Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିଜେପି କର୍ମୀଙ୍କ ହତ୍ୟା: ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କଲା ପୋଲିସ

15/11/2019 at 6:54 PM

କୋଲକାତା୧୫/୧୧:  ପଶ୍ଚିମବଙ୍ଗର ମେଦୀନିପୁର ଜିଲ୍ଲାର ସନ୍ତୋଷପୁରର ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ହେଉଛି ବରସା ହଂନସଦ୍‌। ସେ ବିଜେପି ଦଳ ପାଇଁ କାର୍ଯ୍ୟ କରୁଥିଲେ। ବରସାଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।  ଏପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନାହିଁ। ଏନେଇ ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

 ବରସା ଜଣେ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ବିଜେପି କାର୍ଯ୍ୟକର୍ତ୍ତା ଥିଲେ । ତେଣୁ ରାଜନୈତିକ ଆକ୍ରୋଶରୁ  ତାଙ୍କୁ ହତ୍ୟା କରାଯାଇଥିବା କଥା ବିଜେପି ଅଭିଯୋଗ କରୁଛି।  ଅନ୍ୟ ପଟେ ରାଜ୍ୟ ବିଜେପି ଟ୍ବିଟକରି ଲେଖିଛି ଯେ ତୃଣମୂଳ କଂଗ୍ରେସର ଷଡ଼ଯନ୍ତ୍ରରେ ରାଜ୍ୟରେ ହିଂସା ବଢ଼ିବାରେ ଲାଗିଛି।

ତେଣୁ ଜଣେ ପରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି। ସେହିପରି ଭାଜପାର ମହାସଚିବ ସାୟନ୍ତନ ବସୁ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ନିଜ କର୍ମୀଙ୍କ ଦ୍ବାରା ପଶ୍ଚିମବଙ୍ଗରେ ଆତଙ୍କ ସୃଷ୍ଟି କରୁଛି। ୧୯ ବର୍ଷ ବୟସ୍କ ବରସାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

   Related Posts