ବିଜେପି କାର୍ଯ୍ୟକର୍ତ୍ତା ହତ୍ୟା ମାମାଲା; ଟିଏମସି ବିଧାୟକଙ୍କୁ ସିବିଆଇ ଜାରିକଲା ନୋଟିସ୍‌

Published By : Prameya-News7 Bureau | May 17, 2022 IST

କୋଲକାତା ୧୭/୦୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ର ଫଳାଫଳ ଘୋଷଣା ହେବା ଦିନ ବିଜେପି  କାର୍ଯ୍ୟକର୍ତ୍ତା  ଅଭିଜୀତ ସରକାରଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତୃଣମୂଳ କଂଗ୍ରେସର ବିଧାୟକ ପରେଶ ପାଲଙ୍କୁ ନୋଟିସ୍‌ ଜାରି କରିଛନ୍ତି । ତାଙ୍କୁ  ଚଳିତ ମେ ୧୮ ରେ  ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ସିବିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।  

ସିବିଆଇ ଅଧିକାରୀ ଜଣଙ୍କ କହିଛନ୍ତି  ଅଭିଜୀତ ସରକାର ହତ୍ୟା ଘଟଣାରେ ପଚରା ଉଚୁରା ପାଇଁ ତାଙ୍କୁ ମେ ୧୮ ବୁଧବାର କୋଲକାତାରେ ଥିବା ଆମ ବିଭାଗୀୟ  ଅଧିକାରୀମାନଙ୍କ ପାଖରେ ହାଜର ହେବା ପାଇଁ  ସୂଚନା ଦିଆଯାଇଛି । ଏହି ଘଟଣାରେ  ପରେଶ ପାଲଙ୍କର ପ୍ରତିକ୍ରିୟା ଜଣିବା ପାଇଁ ତାଙ୍କୁ ବାରମ୍ୱାର ବାରମ୍ୱାକ  କଲ୍‌ କରାଯାଇଥିଲା କିନ୍ତୁ ତାଙ୍କ ସହିତ ଯୋଗାଯୋଗ ହୋଇପାରି ନଥିଲା ।  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳଫଳ ଘୋଷଣା ହେବାର କିଛି ସମୟ ମଧ୍ୟରେ ଗତ ବର୍ଷ ମେ ୨ ତାରିଖରେ କଙ୍କୁରଗାଛି ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ଅଭିଜିତ ସରକାରଙ୍କୁ ହତ୍ୟା କରାଯାଇଥିଲା।   ଅଭିଜୀତଙ୍କ ସମ୍ପର୍କୀୟମାନେ ଏଥିପାଇଁ ଟିଏମସି ନେତା ପରେଶ ପାଲଙ୍କୁ ଦାୟି କରିଥିଲେ ।

କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଗତ ବର୍ଷ ଅଗଷ୍ଟ ମାସ ଏହି ମାମଲାରେ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଦାଲତ ସିବିଆକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହତ୍ୟା ଓ ବଳାତ୍କାର ମାମଲାର ଯାଞ୍ଚ କରିବା  ମଧ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.