ଗଛରେ ଝୁଲୁଥିବା ଅବସ୍ଥାରେ ବିଜେପି କର୍ମୀଙ୍କ ଶବ ଉଦ୍ଧାର: ଟିଏମ୍‌ସି ଉପରେ ହତ୍ୟା ଅଭିଯୋଗ ଆଣିଲେ ରାଜ୍ୟ ବିଜେପି ଅଧ୍ୟକ୍ଷ

Published By : Prameya-News7 Bureau | September 13, 2020 IST

କୋଲକାତା ୧୩/୦୯ : ପଶ୍ଚିମବଙ୍ଗ ହୁଗୁଳୀ ଜିଲ୍ଲାରେ ରବିବାର ଦିନ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ଗୋଘାଟ ଅଞ୍ଚଳର ଖନତି ଗାଁରୁ ବିଜେପି କର୍ମୀ ଗଣେଶ ରାୟଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ବିଜେପି ଅଭିଯୋଗ କରିଛି ଯେ ତୃଣମୂଳ କଂଗ୍ରେସ ସଦସ୍ୟ ଗଣେଶ ରାୟଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି । ଟିଏମସି କହିଛି ଯେ ଗଣେଶ ରାୟଙ୍କ ହତ୍ୟାରେ ଦଳସା କୌଣସି ସଦସ୍ୟଙ୍କ ହାତ ନାହିଁ ।

ପୋଲିସ ସୂଚନା ଅନୁଯାୟୀ, ଗଣେଶ ରାୟ ଶନିବାର ଠାରୁ ନିଖୋଜ ଥିଲେ । ରବିବାର ଦିନ ତାଙ୍କର ଶବ ଜବତ ହୋଇଛି । ମୃତ୍ୟୁର କାରଣ ଯାଞ୍ଚ କରାଯାଉଛି । ପ୍ରଦେଶ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି ଯେ ଗଣେଶ ରାୟଙ୍କୁ ହତ୍ୟା କରାଯାଇ ଅଧ ରାତିରେ ତାଙ୍କ ଶଵକୁ ଗଛରେ ଟାଙ୍ଗି ଦିଆଯାଇଥିଲା । ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଏହିଭଳି କରାଯାଇଛି ବୋଲି ସେ କହିଛନ୍ତି । ବିଜେପି କର୍ମୀଙ୍କୁ ହତ୍ୟା କରି ଶବ ଗଛରେ ଝୁଲାଇଦେବା ଏକ ନୂଆ ଚଳନ ପାଲଟିଛି । କିନ୍ତୁ ଦଳ ଏହାକୁ ପ୍ରତିରୋଧ କରିବ, ବିଜେପି ସମର୍ଥନ ମିଳୁଥିବାରୁ ଟିମଏସି ଭୟଭୀତ ବୋଲି ସେ କହିଛନ୍ତି ।

ଘଟଣାରେ ବିରୋଧ ପ୍ରଦର୍ଶନ କରି ବିଜେପି କାର୍ଯ୍ୟକର୍ତ୍ତା କିଛି ସମୟ ପାଇଁ ଗୋଘାଟ-ଆରାମମାର୍ଗ ସଡକ ମାର୍ଗ ଯାମ କରିଥିଲେ । କିନ୍ତୁ ପୋଲିସ ଆସି ଯାମ ହଟାଇଥିଲା । ଗତ କିଛି ବର୍ଷ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.