ଘରେ ପଶି ବିଜେପି କର୍ମୀଙ୍କୁ ଗୁଳି କଲେ ଆତଙ୍କବାଦୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | August 09, 2020 IST

ବଡଗାମ ୦୯/୦୮ : ଜାମ୍ମୁ କାଶ୍ମୀର ବଡଗାମ ଜିଲ୍ଲା ଓମପୋରା ଅଞ୍ଚଳରେ ଆତଙ୍କବାଦୀମାନେ ରବିବାର ସକାଳୁ ବିଜେପି କର୍ମୀ ଅବଦୁଲ ହମିଦଙ୍କୁ ଗୁଳି କରି କରିଛନ୍ତି | ଆତଙ୍କବାଦୀମାନେ ଅବଦୁଲ ହମିଦଙ୍କ ଘରେ ପଶି ତାଙ୍କୁ ଗୁଳି କରିବା ପରେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି | ଅବଦୁଲ ହମିଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଅଞ୍ଚଳରେ ଘେରିଛି ଏବଂ ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି |

ସୂଚନା ଅନୁଯାୟୀ, ରବିବାର ସକାଳୁ ଆତଙ୍କବାଦୀମାନେ ବିଜେପି କର୍ମୀ ଅବଦୁଲ ହମିଦଙ୍କ ଘରକୁ ପଶି ଯାଇଥିଲେ | ଘରେ ପଶି ଅବଦୁଲଙ୍କୁ ଗୁଳି କରିଥିଲେ ଏବଂ ଏହାପରେ ସେହି ଅଞ୍ଚଳରେ ରହୁଥିବା ଆଉ ଜଣେ ମହିଳା ବିଜେପି କର୍ମୀଙ୍କ ଘରେ ପଶି ଯାଇଥିଲେ | କିନ୍ତୁ ମହିଳା କର୍ମୀ ସେତେବେଳେ ଘରେ ନଥିଲେ | ମହିଳାଙ୍କୁ ଘରେ ନ ପାଇ ଆତଙ୍କବାଦୀ ସେଠାରୁ ଚାଲି ଯାଇଥିଲେ | 

ଅବଦୁଲ ହମିଦ ବଡଗାମ ଜିଲ୍ଲା ବିଜେପି ଓବିସି ଜିଲ୍ଲା ଅଧ୍ୟକ୍ଷ ଅଛନ୍ତି | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବଦୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା | ସୂଚନା ଅନୁଯାୟୀ ଅବଦୁଲଙ୍କ ଅବସ୍ଥା ଗୁରୁତର ରହିଛି | 

କିଛି ଦିନ ହେଲା କଶ୍ମୀର ଘାଟିରେ ଆତଙ୍କବାଦୀ ଲଗାତାର ବିଜେପି ନେତା, କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି | ଏହା ପୂର୍ବରୁ ଅଗଷ୍ଟ ୪ ତାରିଖରେ କୁଲଗାମରେ ଆରିଫ ଅହମଦଙ୍କ ଉପରେ ଆତଙ୍କବାଦୀ ହମଲା କରିଥିଲେ | ଜୁଲାଇ ୧୦ ତାରିଖରେ ବାନ୍ଦୀପୋରାରେ ବିଜେପିର ୩ ନେତାଙ୍କୁ ହତ୍ୟା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.