Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୁବନେଶ୍ବର, ସୁନ୍ଦରଗଡ, ବରଗଡ, ସମ୍ବଲପୁର ଏବଂ ମୟୂରଭଞ୍ଜ ଲୋକସଭା ଆସନ ଗଲା ବିଜେପି ହାତକୁ

23/05/2019 at 11:07 PM

ଭୁବନେଶ୍ବର୨୩|୫: ଭୁବନେଶ୍ବର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀ ବିଜୟୀ ହୋଇଥିବାବେଳେ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ନିତୀଶ ଗଙ୍ଗଦେବ । ସେହିଭଳି ସୁନ୍ଦରଗଡ ଆସନରୁ ପୁଣି ଜୁଏଲ ଓରାମ ବିଜୟୀ ହୋଇଥିବାବେଳେ ବରଗଡ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ସୁରେଶ ପୂଜାରୀ । ମୟୂରଭଞ୍ଜ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଶ୍ବେଶ୍ବର ଟୁଡୁ ।

ଭୁବନେଶ୍ବର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୧୫ହଜାରରୁ ଅଧିକ ବୋଟରରେ ପରାସ୍ତ କରିଛନ୍ତି । ସମ୍ବଲପୁର ଲୋକସଭା ଆସନରେ ବିଜୁ ଜନତାଦଳର ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ପାଖାପାଖି ୧୦ହଜାର ଭୋଟରେ ପରାସ୍ତ କରିଛନ୍ତି । ନିତୀଶ ଗଙ୍ଗଦେବ ୪୬୭୭୧୫ ଖଣ୍ଡ ଭୋଟ । ତେବେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ପାଇଛନ୍ତି ୪୫୮୫୮୬ ଖଣ୍ଡ ଭୋଟ ।

ସୁନ୍ଦରଗଡ ଆସନରେ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ବାଳଙ୍କୁ ୨ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଜୁଏଲ ଓରାମ ୪୮୩୫୮୩ ଖଣ୍ଡ ଭୋଟ ପାଇଥିବାବେଳେ ସୁନୀତା ପାଇଥିଲେ ୨୬୫୮୧୬ ଖଣ୍ଡ ଭୋଟ । ବରଗଡ ଆସନରେ ବିଜେଡି ପ୍ରାର୍ଥୀ ପ୍ସନ୍ନ ଆଚାର୍ଯ୍ୟଙ୍କୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ପାଖାପାଖି ୬୦ ହଜାର ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ୫୭୪୦୧୭ଖଣ୍ଡ ଭୋଟ ମିଳିଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୫୧୨୮୭୫ଖଣ୍ଡ ଭୋଟ ମିଳିଛି ।  

 

ନୟୂରଭଞ୍ଜ ଆସନରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡଙ୍କୁ ପାଖାପାଖି ୨୦ ହଜାର ଭୋଟରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ବିଶ୍ବଶ୍ବର ଟୁଡୁ । ଦେବାଶିଷଙ୍କୁ ୪୪୯୧୧୮ଖଣ୍ଡ ଭୋଟ ମିଳିଥିବାବେଳେ ବିଶ୍ବେଶ୍ବରଙ୍କୁ ମିଳିଛି ୪୭୦୪୭୦ଖଣ୍ଡ ଭୋଟ ।

   Related Posts