ମହିଳାଙ୍କୁ ଅଶାଳୀନ ବ୍ୟବହାରକୁ ନେଇ ତେଜୁଛି ଅସନ୍ତୋଷ : ଆକ୍ସନ ନନେଲେ ବିଜେଡି ମହିଳା ଓ୍ୱିଙ୍ଗର ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | November 09, 2021 IST

ଭଦ୍ରକ ୦୯।୧୧: ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ଅଶାଳୀନ ବ୍ୟବହାରକୁ ନେଇ ତେଜୁଛି ଅସନ୍ତୋଷ । ମହିଳାଙ୍କ ଅଧିକାର ଉପରେ କଟୁ ମନ୍ତବ୍ୟକୁ ବିଜୁ ମହିଳା ଜନତା ଦଳର ନାରିନେତ୍ରୀ ମାନେ ସହ୍ୟ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସୋସିଆଲ ମିଡ଼ିଆରେ ମହିଳାଙ୍କ ଅଧିକାରକୁ ସମାଲୋଚନା କରିଥିବା ଜୈନିକ ଅସାମାଜିକ ଯୁବକ ଉପରେ କାର୍ଯାନୁଷ୍ଠାନ ଲାଗି ସାମ୍ବାଦିକ  ସମିଳନୀ କରିବା ସହ  ଭଦ୍ରକ ଏସପିଙ୍କୁ ଦାବିପତ୍ର ଦିଆଯାଇଛି । ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚେତାବନୀ ।

wp:html /wp:html

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଗତ ୨ତାରିଖରେ ଵିଜୁ ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ ଦର ବୃଦ୍ଧି ନେଇ ଆନ୍ଦୋଳନ କରାଯାଇଥିଲା।  ଏଥିରେ ରାଲି କରାଯିଵା ସହ ପ୍ରତିଵାଦ ସଭା କରାଯାଇଥିଲା। ଏଥିରେ ଵହୁ ସଂଖ୍ୟକ  ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳା ଯୋଗଦେଇ ଥିବାରୁ ଏହାକୁ ନେଇ ସଂପୃକ୍ତ ସଂପ୍ରଦାୟର ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହା ମହିଳାଙ୍କ ଆତ୍ମସମାନକୁ ଆଘାତ ଦେଉଛି। ଏହାକୁ ନେଇ ଉଭୟ ସଂପ୍ରଦାୟର ମହିଳା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଭଳି ଭାଇଚାର ସ୍ଥାନରେ ଏଭଳି କଥା ଗ୍ରହଣ କରାଯିବ ନାହିଁ ଵୋଲି ମନ୍ତବ୍ୟ ରଖିଥିଲେ।  ତେବେ ମହିଳାଙ୍କ ଉପରେ ମନ୍ତବ୍ୟକୁ ନେଇ ପୋଷ୍ଟ କରିଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.