Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ପ୍ଲାନ୍ ଏ ଛାଡ଼ି ପ୍ଲାନ୍ ବିରେ ପଶିଲେ : ନବୀନ ନିବାସ ଯାଉ ଯାଉ ସଚିବାଳୟରେ ଧସେଇ ପଶିବାକୁ ଚେଷ୍ଟା କଲେ ବିଜେପି ମହିଳା ମୋର୍ଚ୍ଚା

21/01/2019 at 6:00 PM

ଭୁବନେଶ୍ବର୨୧|୧: ପ୍ଲାନ୍ ଏ ଛାଡ଼ି ପ୍ଲାନ୍ ବିରେ ପଶିଲେ । ନବୀନ ନିବାସ ଯାଉ ଯାଉ ସଚିବାଳୟରେ ଧସେଇ ପଶିବାକୁ ଚେଷ୍ଟା କଲେ ବିଜେପି ମହିଳା ମୋର୍ଚ୍ଚା । ପିପିଲି ପୀଡ଼ିତାଙ୍କ ନ୍ୟାୟ ଦାବିରେ ଆଜି ଏମିତି କିଛି ତରିକାରେ କମିଶନରେଟ ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲା ମୋର୍ଚ୍ଚା । ସଚିବାଳୟ ଗେଟରେ ନାଲି ଚୁଡ଼ି ବାନ୍ଧିଥିଲେ । ବେଶ୍ କିଛି ସମୟ ଧରି ପୋଲିସ ସହ ଧସ୍ତାଧସ୍ତି ବି ହୋଇଥିଲା ।

ସଚିବାଳୟ ଗେଟରେ ନାଲି ଚୁଡ଼ି । ଆଉ ଗେଟ୍ ଆଗରେ ପୋଲିସ ସହ ବିଜେପି ମହିଳା ମୋର୍ଚ୍ଚାର ଧସ୍ତାଧସ୍ତି । ପିପିଲି ପୀଡ଼ିତା ପ୍ରସଙ୍ଗରେ ଏମିତି କିଛି ଢଙ୍ଗରେ ପ୍ରତିବାଦ କରିଥିଲା ମୋର୍ଚ୍ଚା । ପୋଲିସକୁ ଚକମା ଦେବାକୁ ବେଶ୍ ଚାଲାକିରେ ଆଗେଇଥିଲେ ଆନ୍ଦୋଳନକାରୀ । ପ୍ରଥମେ ନବୀନ ନିବାସ ଆଗରେ ନାଲି ଚୁଡ଼ି ରଖି ପ୍ରତିବାଦ କରିବାର କାର୍ଯ୍ୟକ୍ରମ  ହୋଇଥିଲା । ନବୀନ ନିବାସର ସବୁ ରାସ୍ତାକୁ କଡ଼ା ସୁରକ୍ଷାରେ ଜଗି ରହିଥିଲା ପୋଲିସ । ହେଲେ ହଠାତ୍ ପ୍ଲାନ ବଦଳାଇ ଦେଲା ବିଜେପି । ମାନେ ନବୀନ ନିବାସ ରାସ୍ତା ଛାଡ଼ି ସଚିବାଳୟକୁ ପସିବାକୁ ପ୍ରୟାସ କରିଥିଲେ । ସଚିବାଳୟ ଗେଟରେ ନାଲି ଚୁଡ଼ି ବାନ୍ଧିବାକୁ ଚେଷ୍ଟା କରିଥିଲେ । ଅଟକାଇବାକୁ ଯାଇ ପୋଲିସ ବି ନାକେଦମ୍ ହୋଇଥିଲା ।

କିଏ ଲୋୟର ପିଏମଜିରୁ ଆସିଥିଲା ତ କିଏ ଆଇଜି ପାର୍କରୁ ବାହାରିଥିଲା । ବେଶ୍ କିଛି ସମୟ ଧରି ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଆଉ ଏଥର ଆନ୍ଦୋଳନରେ ପଶ୍ଚିମବଙ୍ଗ ବିଜେପି ନେତ୍ରୀ ରୂପା ଗାଙ୍ଗୁଲି ବି ସାମିଲ ହୋଇଥିଲେ । ତେବେ ଖାଲି ସଚିବାଳୟ ସାମ୍ନା ନୁହେଁ, ଲୋୟର ପିଏମଜିରେ ବି ଜୋରଦାର ଆନ୍ଦୋଳନ କରିଥିଲେ ମୋର୍ଚ୍ଚାର ହଜାର ହଜାର କର୍ମୀ । ନାରୀ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ଆରୋପ ଲଗାଇଥିଲେ । ସେପଟେ ଏହି କାର୍ଯ୍ୟକ୍ରମର ଉତ୍ତରରେ ବିଜେଡି କହିଛି ଏହା ପ୍ରସଙ୍ଗ ବିହୀନ ରାଜନୀତି, ହୀନମନ୍ୟତା ଦେଖାଉଛି ବିଜେପି ।

ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦାବି କରି ଲଗାତାର ଏମିତି ନାଲି ଚୁଡ଼ି କାର୍ଯ୍ୟକ୍ରମ କରୁଛି ବିଜେପି । ପୂର୍ବରୁ ଏମଏଲଏ କଲୋନୀରେ ବିଜେଡି ବିଧାୟକଙ୍କ ବାସଭବନ ଆଗରେ ନାଲି ଚୁଡ଼ି ବାନ୍ଧିଥିଲେ । ଆଉ ଆଜି ଟାର୍ଗେଟରେ ଥିଲା ନବୀନ ନିବାସ । କିନ୍ତୁ ଶେଷମୁହୁର୍ତ୍ତରେ ସଚିବାଳୟ ମୁହାଁ ହୋଇଥିଲେ  ଏମାନେ । ୨୦୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ୍ ।….

   Related Posts