୨୪ ଘଣ୍ଟା ଭିତରେ ନର୍ସ ନିହାରିକାଙ୍କ ହତ୍ୟାକାରୀକୁ ଗିରଫ ନକଲେ ବିଜେପି ମହିଳା ମୋର୍ଟ୍ଟା ରାଜରାସ୍ତାକୁ ଓହ୍ଲାଇବ ବୋଲି ଦେଲା ଧମକ

Published By : Prameya-News7 Bureau | September 19, 2019 IST

ଜଗତସିଂହପୁର ୧୯|୯: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ବିଲୁଆଖାଇ ନଦୀ ପଠାରୁ ଅଖା ଭିତରୁ ଜଣେ ନର୍ସଙ୍କର ମୃତ ଦେହ ଉଦ୍ଧାର ହେବା ଘଟଣାରେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ର   ୧୦ ଜଣିଆ ଟିମ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

{"id":159935}

ମହିଳା ମୋର୍ଚ୍ଚା ର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱ ରେ ଏହି ୧୦ ଜଣିଆ ଟିମ ପହଁଚି ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ପରେ ମୃତ ଯୁବତୀଙ୍କ ମାମୁ ଘରକୁ ଯାଇ ପଚାରି ବୁଝିବା ସହିତ ଜଗତସିଂହପୁର ପୋଲିସ ସହ ତଦନ୍ତର ସ୍ଥିତି ଅନୁଧ୍ୟାନ କରିଥିଲେ ।

{"id":159936}

ମଧୁପାଟଣା ପୋଲିସର ଦାୟିତ୍ବ ହୀନତା ଯୋଗୁ ଜଣେ ନିରୀହ ଯୁବତୀଙ୍କର ମୃତ୍ୟୁ ହେବାର ସେମାନେ ଅଭିଯୋଗ କରିବା ସହ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରା ନଗଲେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.