ବିଜେପି ନେତ୍ରୀଙ୍କ ଆତ୍ମହୂତୀ ଉଦ୍ୟମ, ନିଜ ଦଳର ବିଧାୟକଙ୍କ ବିରୋଧରେ ଆଣିଲେ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | September 21, 2019 IST

ଶାହରାନପୁର: ଉତ୍ତରପ୍ରଦେଶରେ ବିଜେପି ନେତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ବଢିବାରେ ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ମାମଲା ସମାଧାନ ହେବା ପୂର୍ବରୁ ଏବେ ଦେବବନ୍ଦ ବିଧାୟକ ବୃଜେଶ ସିଂହଙ୍କ ବିରୋଧରେ ତାଙ୍କରି ଦଳର ଜଣେ ମହିଳା ନେତ୍ରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଶନିବାର ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତୀ ଉଦ୍ୟମ କରିଛନ୍ତି। ତେବେ ଏଥିଲାଗି ପୂର୍ବରୁ ପୋଲିସ ସତର୍କ ଥିବାରୁ ନେତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲରେ ଅଛନ୍ତି।

{"id":160792}

ମିଳିଥିବା ସୂଚନା ଅନୁସାରେ ଆତ୍ମହୂତୀ ଉଦ୍ୟମ କରିଥିବା ମହିଳା ନେତ୍ରୀ ହେଉଛନ୍ତି ଶଶି ତ୍ୟାଗୀ। ସେ ଜିଲ୍ଲା ପଞ୍ଚାୟତ ସଦସ୍ୟା ହୋଇଥିବା ବେଳେ ବିଜେପିର ଜଣେ ଟାଣୁଆ ମହିଳା ନେତ୍ରୀ। ତେବେ ଦେବବନ୍ଦ ବିଧାୟକ ବୃଜେଶ ସିଂହ ପାରିବାରିକ ଆକ୍ରୋଶ ରଖି ତାଙ୍କ ପରିବାରର ସଦସ୍ୟଙ୍କୁ ମିଥ୍ୟା ମୋକଦ୍ଦମାରେ ଫସାଇଥିବା ଅଭିଯୋଗ କରିଛନ୍ତି। ଏଥିଲାଗି ପୂର୍ବରୁ ସେ ବିଧାୟକଙ୍କୁ ସତର୍କ କରିଥିଲେ। ହେଲେ ବିଧାୟକ ତାଙ୍କ ଧମକକୁ ଖାତିର ନ କରିବାରୁ ସେ ପୋଲିସ ଓ ପ୍ରଶାସନକୁ ଚକମା ଦେଇ ତାଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆତ୍ମହୂତୀ ଉଦ୍ୟମ କରିଥିଲେ।

{"id":160793}

ନିଜର ଦଳର ନେତ୍ରୀଙ୍କ ପ୍ରତି ବିଧାୟକଙ୍କ ମାନସିକତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ତୃଣମୂଳସ୍ତରରେ  କର୍ମୀଙ୍କ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ନେତ୍ରୀଙ୍କ ଏଭଳି କାଣ୍ଡ ଦଳର ଉଚ୍ଚ କାର୍ଯ୍ୟକର୍ତ୍ତାଙ୍କୁ ସେଭଳି ପ୍ରଭାବିତ କରିଥିବା ଭଳି ଲାଗୁ ନାହିଁ। ତେବେ ଆତ୍ମଦାହ ଉଦ୍ୟମ କରି ଶଶି ସାମାନ୍ୟ ପୋଡି ହୋଇ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.