ମହିଳାଙ୍କ ପ୍ରତି ଅଶାଳୀନ ଓ ଅପମାନସୂଚକ ମନ୍ତବ୍ୟ ଦେଇଥିବା ମହାରଥୀଙ୍କ ଇସ୍ତଫା ଦାବିକଲା ବିଜେପି ମହିଳା ମୋର୍ଚ୍ଚା

Published By : Prameya-News7 Bureau | September 26, 2018 IST

ଭୁବନେଶ୍ୱର ୨୫/୯: ମନ୍ତ୍ରୀ ମହାରଥୀଙ୍କ ବିରୋଧରେ ଫେରାଦ ହେଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା । ମହିଳାଙ୍କ ପ୍ରତି ମନ୍ତ୍ରୀ ପ୍ରଦୀପ ମହାରଥୀ ଅଶାଳୀନ ଓ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିଜେଡି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ୨୪ଘଣ୍ଟା ଭିତରେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ସେପଟେ ପୁରୀରେ ବିଜେପି ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେ।ଇଛି। ବୈଠକରେ ଗ୍ରହଣ କରାଯାଇଥିବା ରାଜନୈତିକ ଚିଠା ପ୍ରସ୍ତାବ ସଂପର୍କରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମେ।ର୍ଚ୍ଚା ସଭାନେତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.