ଆସନ୍ତା ୨୪ତାରିଖରୁ ପୁରୀରେ ବିଜେପି ମହିଳା ସମାବେଶ: ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
11/09/2018 at 4:07 PM

ଭୁବନେଶ୍ବର ୧୧/୯:ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆସନ୍ତା ୨୪ ତାରିଖରେ ପୁରୀରେ ବିଶାଳ ମହିଳା ସମାବେଶରେ ଅମିତ ଶାହା ଯୋଗ ଦେବେ। ଏହି ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ୨୩,୨୪,୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ୨୪ତାରିଖରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେବ।