ବେକାରୀକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜିଲ୍ଲାରୁ ଚିଠି ଲେଖିବାକୁ ବିଜେପିର ଯୋଜନା, ପ୍ରତିଶ୍ରୁତି ସମାବେଶ ପାଇଁ ବିଜେପିକୁ ଲାଜ ଲାଗିବା ଦରକାର ବୋଲି କହିଲା ବିଜେଡି

Published By : Prameya-News7 Bureau | February 10, 2019 IST

ଭୁବନେଶ୍ବର ୧୦|୨: ବିଜେଡି ବିଜେପି ଭିତରେ ଜୋର ଧରିଲା ଟକରାଟକରି। କାଲି ବିଜେପି ପ୍ରତିଶ୍ରୁତି ସମାବେଶ କରି ପ୍ରତିଶ୍ରୁତି ପ​‌​‌ରେ ପ୍ରତିଶ୍ରୁତି ଢ଼ାଳିଥିବାବେଳେ ବିଜେଡି ଆଜି କାଉଣ୍ଟର କରିଛି। କେନ୍ଦ୍ରର ପ୍ରତାରଣର ତାଲିକା ରଖିଛି ବିଜେଡି। ପ୍ରତିଶ୍ରୁତି ସମାବେଶ ପାଇଁ ବିଜେପିକୁ ଲାଜ ଲାଗିବା ଦରକାର ବୋଲି ବିଜେଡି କହିଛି। ଏପଟେ ବେକାରୀକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜିଲ୍ଲାରୁ ଚିଠି ଲେଖିବାକୁ ଯୋଜନା କରିଛି ବିଜେପି।

{"id":83961}

ପ୍ରତିଶ୍ରୁତିକୁ ନେଇ ଜୋର ଧରିଲା ରାଜନୀତି। କିଏ ପ୍ରତିଶ୍ରୁତି ପୂରଣ କରିଛି ତାକୁ ଜଣାଇବା ପାଇଁ ଟଣାଓଟରା। ବିଜେପିର ପ୍ରତିଶ୍ରୁତି ସମାବେଶ ନୁହେଁ ପ୍ରତାରଣା ସମାବେଶ ବୋଲି କହିଛି ଶାସକ ଦଳ। ନୂଆ ପ୍ରତିଶ୍ରୁତି ଦେବା ପୂର୍ବରୁ ପ୍ରଥମେ ୨୦୧୪ର ପ୍ରତିଶ୍ରୁତି ପୂରଣ କରୁ ବିଜେପି। ୨୦୧୪ରେ ସ୍ବତନ୍ତ୍ର ରାଜ୍ୟପାହ୍ୟା, ଧାନ ଏମଏସପି ଦେଢ଼ଗୁଣା କରିବା, ପ୍ରତିବର୍ଷ ୨ କୋଟି ଚାକିରୀ, ବ୍ୟାଙ୍କ ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଜମା କରିବା ଭଳି ପ୍ରତିଶ୍ରୁତି ପାଳନ ହୋଇନି । ୩୩ଟି ଯୋଜନାର ଖର୍ଚ୍ଚ କାଟ୍‌ ସହ ୮ଟି ଯୋଜନା ବନ୍ଦ କରିଛି କେନ୍ଦ୍ର। ଇଣ୍ଡଷ୍ଟ୍ରିଆଲ୍‌ କରିଡର ଏବଂ କୋଷ୍ଟାଲ କରିଡରରେ ଓଡ଼ିଶା ସ୍ଥାନ ପାଇନଥିବା ବେଳେ ପୁରୀ ଓ କଟକ ଜାତୀୟ ରାଜପଥ କାମ ସଂପୂର୍ଣ୍ଣ ହୋଇନାହିଁ ।ଏହାର ଜବାବ ରଖିଛି  ବି​‌ଜେପି।

{"id":83962}

ତେବେ ରାଜ୍ୟ ସରକାରଙ୍କୁକାଉଣ୍ଟର ଆଟାକ୍‌ କରିବାକୁ ବିଜେପି ଆରମ୍ଭ କରିବ ଚିଠି ଲେଖା ଅଭିଯାନ । ଫେବୃଆରୀ ୧୨ରୁ ୧୫ ଭିତରେ ସବୁ ଜିଲ୍ଲାରୁ ବେକାର ଯୁବକ ଯୁବତୀ ମା​‌ନେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ନିଯୁକ୍ତି ପାଇଁ ଚିଠି ଲେଖିବେ। ନିୟୋଜନ ଅଫିସରେ ୩୫ଲକ୍ଷ ବେକାର ଯୁବକଯୁବତୀ ପଞ୍ଜିକୃତ ହୋଇଥିବା ବେଳେ ମାତ୍ର ୧୧ ହଜାରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ।ଜବାବରେ ବିଜେଡି କହିଛି ନିଯୁକ୍ତି ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ।

{"id":83963}

ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି- ବିଜେପି ବିଭିନ୍ନ ପ୍ରସଙ୍ଗକୁ ନେଇ ସେତିକି ଜୋର୍‌ରେ ମୁହାଁମୁହିଁ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.