Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରାକେଶ ଟିକାୟତ କହିଲେ-ଭୋଟ ନ ମିଳିଲେବି UPରେ ବିଧାନସଭା ନିର୍ବାଚନ ଜିତିବ BJP

2/11/2021 at 6:26 PM

ନୂଆଦିଲ୍ଲୀ ୨।୧୧: ଉତ୍ତରପ୍ରଦେଶ ବିଧାନସଭା ଲାଗି ନିର୍ବାଚନ ଘୋଷଣା ପୂର୍ବରୁ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନରେ ଲୋକେ ଭୋଟ ନ ଦେଲେବି ରାଜ୍ୟରେ ବିଜେପି ଜିତିବ। ତାଙ୍କର ଏପରି ବୟାନ ଏବେ ରାଜ୍ୟରେ ରାଜନୀତିକୁ ସରଗରମ କରିଛି। ସେ କହିଛନ୍ତି ଲୋକେ ବିଜେପିକୁ ବାରମ୍ବାର ଭୋଟ ଦେବେନି ହେଲେ ସେହିମାନେ ହିଁ ଜିତିବେ।

ଟିକାୟତ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନର  ଉଦାହରଣ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ହିଁ ବିଜେପି ନିଜର ରାଜନୈତିକ ସ୍ଥିତି ସମ୍ପର୍କରେ ଜାଣିଯାଇଛି। ଗୋଟେ ପଞ୍ଚାୟତ ବି ସେମାନେ ଜିତିପାରିବେନି ବୋଲି ଜାଣିଥିଲେ। ହେଲେବି ପଞ୍ଚାୟତରୁ ଆରମ୍ଭ କରି ସମିତି ଓ ଜିଲ୍ଲା ପରିଷଦ ସବୁ ଆସନ ବିଜେପି ହାତେଇ ନେଇଛି। ଜିତର ଗଣିତ ବିଜେପି ଜାଣିଯାଇଛି ବୋଲି ସେ କହିଛନ୍ତି। ଯେଉଁଠାରେ ତାଙ୍କ ଦଳ ହାରିବ ସେଠାରେ ବିପକ୍ଷଙ୍କୁ ସେମାନେ ପ୍ରାର୍ଥୀପତ୍ର ବି ଦାଖଲ କରେଇ ଦେବେନି। ୟୁପି ପଞ୍ଚାୟତ ନିର୍ବାଚନ ଏହାର ପ୍ରମାଣ ବୋଲି ଟିକାୟତ କହିଛନ୍ତି।

ଏବିପି ନ୍ୟୁଜ ସହ ଆଲୋଚନାରେ ଟିକାୟତ କହିଛନ୍ତି ଯେ ୟୁପିରେ ବିଜେପି ହିନ୍ଦୁ-ମୁସଲମାନ କରାଇଛି, ହରିୟାଣାରେ ଜାଟ ଓ ଅଣଜାଟ୍ ଲଢାଉଛି, ଗୁଜରାଟରେ ପଟେଲ ଓ ଅଣ ପଟେଲ କରାଇଛି, ବିହାରରେ ବିଜେପି ଲାଲୁଙ୍କ ପରିବାରକୁ ଭାଙ୍ଗିଲା ଏବେ ୟୁପିରେ ମୁଲାୟମଙ୍କ ପରିବାରକୁ ବି ଭାଙ୍ଗି ଦେଇଛି ବୋଲି ଟିକାୟତ କହିଛନ୍ତି। ଏଥିରେ ରାଜ୍ୟ ଶାସନରେ ଅନ୍ୟ କୌଣସି ରାଜନୈତିକ ଦଳର ଆମେ ପରିକଳ୍ପନା ଆମେ କିପରି କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ସରକାରଙ୍କୁ କୃଷକ ଆଇନ ୨୦୨୦ ପ୍ରତ୍ୟାହାର କରିବାକୁ ଅଲଟିମେଟମ ଦେଇଛନ୍ତି ଟିକାୟତ। ଯଦି ସମୟ ଅବଧିରେ ସରକାର ନ ଚେତନ୍ତି ବାକି କାର୍ଯ୍ୟାନୁଷ୍ଠାନ ଆମେ କରିବୁ ବୋଲି ସତର୍କ କରାଇଛନ୍ତି।

   Related Posts