'ଅବ୍ କି ବାର୍ ମୋଦି ସରକାର’ ନାରା ସହ ମିଶନ ୨୦୧୯ ପାଇଁ ବିଗୁଲ ବଜାଇଲା ବିଜେପି

Published By : Prameya-News7 Bureau | January 12, 2019 IST

ନୂଆଦିଲ୍ଲୀ ୧୨|୧: ‘ଅବ୍ କି ବାର୍ ମୋଦି ସରକାର’ ନାରା ସହ ଭାରତୀୟ ଜନତା ପାର୍ଟି ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ମିଶନ ୨୦୧୯ର ବିଗୁଲ ବଜାଇଛି । ଭାରତୀୟ ଜନତା ପାର୍ଟି ଦ୍ବାରା ଆୟୋଜିତ ଭବ୍ୟ ଆୟୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଧୁମ୍ ରହିଛି । ଦେଶର କୋଣ ଅନୁକୋଣରୁ ଆସିଥିବା କାର୍ଯ୍ୟକର୍ତ୍ତାମାନେ ଥରଟିଏ ମୋଦିଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛନ୍ତି । ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିକଟରୁ ଦେଖିବାକୁ ଇଚ୍ଛା ପ୍ରକଟ କରୁଛନ୍ତି ।

ଉଦଘାଟନ ଦିବସରେ ମୋଦି ଏବଂ ଯୋଗୀ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତାଙ୍କ କରତାଳିରେ ପ୍ରକମ୍ପିତ ହୋଇ ଉଠିଥିଲା ସମାବେଶ ସ୍ଥଳ । ସେଥିରୁ ଜଣାପଡୁଥିଲା କାର୍ଯ୍ୟକର୍ତ୍ତାମାନେ କେତେ ଉତ୍ସାହିତ ହୋଇଉଠିଥିଲେ । ପାଞ୍ଚ ବର୍ଷ ପୂର୍ବ ଭାରତୀୟ ଜନତା ପାର୍ଟି ଏହିଠାରୁ ମିଶନ ୨୦୧୪ର ଆରମ୍ଭ କରିଥିଲା । ସେତେବେଳେ ପୂର୍ଣ୍ଣ ବହୁମତ ସରକାର ସହ ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥିଲା । ଚଳିତ ଥର ମୋଦିଙ୍କୁ ଆଗାମୀ ୫ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବେ ରଖିବାର ମିଶନ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ହୋଇଛି । ସବୁଠୁ ବଡ ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ସବୁଠୁ ଅଧିକ କାର୍ଯ୍ୟକର୍ତ୍ତା ଉତ୍ତରପ୍ରଦେଶରୁ ହିଁ ଆସିଛନ୍ତି ।ଭାରତୀୟ ଜନତା ପାର୍ଟିର ସବୁଠୁ ଅଧିକ ସିଟ୍ ମଧ୍ୟ ସେଠାରୁ ହିଁ ରହିଛି । ତେବେ ସେଠାରେ ନିର୍ବାଚନ ସବୁଠୁ କଠିନ ମଧ୍ୟ ହେବ । ଏମିତିରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଉତ୍ତରପ୍ରଦେଶର କାର୍ଯ୍ୟକର୍ତ୍ତାମାନଙ୍କ ମନରେ ବିଶ୍ବାସ ଜନ୍ମାଇ ବିରୋଧୀଙ୍କ ମହାମେଣ୍ଟକୁ ନେଇ ନଡରିବାକୁ ପରାମର୍ଶ ଦେଇଛନ୍ତି । ଚଳିତ ଥର ଗତଥର ଅପେକ୍ଷା ବଡ ସଫଳତା ମିଳିବ ।

ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ଏଭଳି କର୍ମୀ ସମ୍ମିଳନୀରେ ତାଙ୍କର ଅନୁପସ୍ଥିତି ସମସ୍ତେ ଅନୁଭବ କରୁଥିଲେ । ବାଜପେୟୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଥିବା ନେତା ଲାଲ୍ କୃଷ୍ଣ ଆଡଭାନୀ ଙ୍କ ଉପସ୍ଥିତି କାର୍ଯ୍ୟକର୍ତ୍ତାଙ୍କୁ ସାହାସ ଦେଇଥିଲା । ଫଳରେ ଆଡଭାନୀ ମଞ୍ଚ ଉପରକୁ ଆସିବାରୁ କରତାଳିରେ ମଞ୍ଚ ପ୍ରକମ୍ପିତ ହୋଇଉଠିଥିଲା ।

ଭାଷଣ ଶେଷ କରିବା ପରେ ମଞ୍ଚରୁ ଓହ୍ଲାଇ କାର୍ଯ୍ୟକର୍ତ୍ତାଙ୍କ ନିକଟକୁ ଯାଇଥିଲେ ନରେନ୍ଦ୍ର ମୋଦି । କାର୍ଯ୍ୟକର୍ତ୍ତାମାନଙ୍କ ସହ ଅତି ନିକଟରୁ ମିଶିଥିଲେ । ସେମାନଙ୍କ ସହ ହାତ ମିଳେଇବା ସହ ହାଲ୍ ଚାଲ ପଚାରି ବୁଝିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.