ଅନ୍ୟ ରାଜ୍ୟରେ ବି ‘ଗୁଜୁରାଟ ଫର୍ମୁଲା’ ଆପଣାଇବ ବିଜେପି, ‘ନୋ ରିପିଟ୍‌’ର ଫାଇଦା କହିଲେ ମନ୍ତ୍ରୀ

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯: ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଗୁଜୁରାଟରେ ନା କେବଳ କ୍ୟାପ୍ଟେନ ପରିବର୍ତ୍ତନ କଲା ବରଂ ପୂରା ଟିମ୍‌କୁ ନୂଆ କରିଦେଲା। ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ୨୪ ମନ୍ତ୍ରୀ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପରେ ମନ୍ତ୍ରିମଣ୍ଡଳରେ ସବୁ ନୂଆ ଚେହେରା ସାମିଲ (ନୋ ରିପିଟ୍‌ ଫର୍ମୁଲା)କୁ ବିଜେପି ନୂଆ ଲୋକତାନ୍ତ୍ରିକ ପ୍ରୟୋଗର ଆଖ୍ୟା ଦେଇଛି। ତେବେ ନୋ ରିପିଟ୍‌ ଫର୍ମୁଲା ବିଜେପିକୁ କେତେ ଲାଭ ଦେବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିବ।

ବିଜେପି ଅନୁସାରେ ଗୁଜୁରାଟ ଫର୍ମୁଲା ପୂରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିବ। ଗୁଜୁରାଟ ବିଜେପି ପ୍ରଭାରୀ ତଥା କେନ୍ଦ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁଜୁରାଟର ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଏହାକୁ ଏକ ନୂଆ ପ୍ରୟୋଗ ବୋଲି କହିଛନ୍ତି । କିନ୍ତୁ ନୋ ରିପିଟ୍‌ ଫର୍ମୁଲାରେ ପୂରୁଣା ମନ୍ତ୍ରୀ ନାରାଜ ଥିବା ଖଥାକୁ ସେ ଖଣ୍ଡନ କରିବା ସହ ସମର୍ବସମ୍ମତି କର୍ମେ ଗୁଜୁରାଟ ମଡେଲ୍‌ ତିଆରି ହୋଇଛି ବୋଲି ସେ କହିଛନ୍ତି।

ଯାଦବଙ୍କ କହିବା ଅନୁଯାୟୀ, ପୂରୁଣା ନେତାଙ୍କ ଅଭିଜ୍ଞତାରେ ନୂଆ ନେତୃତ୍ବ, ସରକାର ଏବଂ ସଙ୍ଗଠନ ସହ ସାମଞ୍ଜସ୍ୟ ସ୍ଥାପନ କରି ଆଗକୁ ବଢ଼ିପାରିବେ। କିନ୍ତୁ ଗୁଜୁରାଟ ଫର୍ମୁଲାକୁ ବିଜେପି ଅନ୍ୟ ରାଜ୍ୟରେ ଲାଗୁ କରିବ କି ବୋଲି ପ୍ରଶ୍ନରେ ଭୂପେନ୍ଦ୍ର ଯାଦବ କହିଛନ୍ତି ଏହି ଲୋକତାନ୍ତ୍ରିକ ପ୍ରୟୋଗରୁ ସମସ୍ତେ ପ୍ରେରଣା ପାଇପାରିବେ। ବରିଷ୍ଠ ନେତାଙ୍କ ଅନୁଭବ ସଙ୍ଗଠନ ପାଇଁ ଉପଯୋଗୀ ହୋଇଥିବା ବେଳେ ଦଳର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.