Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସଂଦେହ ଜନକ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଫେରାଦ ହେବାକୁ ବିଜେପି

2/11/2019 at 6:10 PM

ଭୁବନେଶ୍ବର୨|୧୧: ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସଂଦେହ ଜନକ ମୃତ୍ୟୁ ନେଇ ବିରୋଧୀ ତାତିଲେଣି । ମାମଲା ସିବିଆଇକୁ ସ୍ଥାନାନ୍ତର କରିବା ଲାଗି ୧୦ ଦିନ ମହଲତ ଦେଇଛି ବିଜେପି । ନହେଲେ ଏଥର ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ ଓ ଗୃହ ହୁଲସ୍ତୁଲ ହେବ ବୋଲି ଚେତାବନୀ ଦେଇଛି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଫେରାଦ ହେବାକୁ ବିଜେପି କହିଛି । ସେହିଭଳି ସରକାରୀ ନଥି ପତ୍ରରେ ରଙ୍ଗଶାଳା ଉଚ୍ଛେଦ ଦର୍ଶାଯାଇଥିବାବେଳେ ଏହା କାହିଁକି ଭଙ୍ଗା ଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି। ବିରୋଧୀ ସରାକରଙ୍କୁ ଘେରୁଥିବାବେଳେ ମହିଳା କମିଶନ କିନ୍ତୁ ହାତ ଟେକିଦେଇଛନ୍ତି। …

ତାଙ୍କ ପାଇଁ  ପିଇଓ ସ୍ବିତାରାଣୀ ବିଶ୍ବାଳ ଅତ୍ମହତ୍ୟା ମାମଲା ସରିଗଲାଣି। ଯେତେବେଳେ କି ଏହି ଘଟଣାକୁ ନେଇ ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି। ବିରୋଧୀ ସରାକରଙ୍କୁ ପ୍ରତିଦିନ ଘେରୁଛନ୍ତି। ହେଲେ ମହିଳା କମିଶନଙ୍କ ହାତ ଟେକିସାରିଲେଣି। କହିଛନ୍ତି ନିୟମ ଅନୁସାରେ କ୍ରାଇମବ୍ରାଞ୍ଜ ତଦନ୍ତ ପାଇଁ ସେ ଲେଖି ସାରିଛନ୍ତି। ତାଙ୍କର ଆଉ କିଛି କରିବାର ନାହିଁ।

ଏପଟେ ସରକାରଙ୍କୁ ୧୦ ଦିନର ମହଲତ ଦେଇଛି ବିଜେପି। ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ଆତ୍ବହତ୍ୟା ମାମଲା ସିବଆଇକୁ ହସ୍ତନ୍ତର କର। ଏସ୍‌ପିଙ୍କୁ ବରଖାସ୍ତ ଏବଂ ମହିଳା କମିଶନକୁ ବହିଷ୍କାର କର । ନଚେତ ବିଧାନସଭାକୁ ଅଚଳ କରିବାକୁ ଚେତାବନୀ ଦେଇଛି ବିଜେପି । ପାହାଡ ତଳେ ଥିବା ରଙ୍ଗଶାଳା ସରକାରୀ ନଥିପତ୍ରରେ ମାର୍ଚ୍ଚ ୨୭, ୨୦୧୮ରେ ଉଚ୍ଛେଦ ଦର୍ଶାଯାଇଛି । ହେଲେ ଏହା ଏବେ ପର୍ଯ୍ୟନ୍ତ କେମିତି ଛିଡାହୋଇଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । ସରକାର ଯଦି ମାମଲାକୁ ସିବିଆଇକୁ ହସ୍ତାନ୍ତର ନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇ ହସ୍ତକ୍ଷେପ କରିବାକୁ ବିଜେପି ଦାବି କରିବ ବୋଲି କହିଛି । ଏପଟେ କଂଗ୍ରେସ ବି ବିଜେପି ସ୍ବରରେ ତାଳ ମିଳାଇଛି। ଜବାବରେ ବିଜେଡି କହିଛି ବିଜେପି ଆଇମା କାହାଣୀ କହୁଛି। ତଥ୍ୟ ପ୍ରମାଣ ଯଦି କିଛି ଅଛି ତେବେ ପୋଲିସ ଓ ନ୍ୟାୟଳୟକୁ ଦିଅନ୍ତୁ ବୋଲି ବିଜେଡି କହିଛି।

ମାମଲାରେ କେବଳ ରୂପେଶ ଭଦ୍ରାଙ୍କୁ ଗିରଫ କରି ଚୁପ ହୋଇ ବସିଛି ପୋଲିସ। ସ୍ମିତାରାଣୀ ଆତ୍ମହତ୍ୟା କରିବାବେଳେ ସେହି ଗେଷ୍ଟ ହାଉସରେ ଥିବା ଦୁଇ ଜଣ ସମିତି ସଭ୍ୟ ଏବଂ ରାମକୋ ସିମେଣ୍ଟ କମ୍ପାନୀର ମ୍ୟାନେଜରଙ୍କୁ କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ କାହିଁକି ଜେରା କରିନି କି ମାମଲାରେ ଅନ୍ତର୍ଭୁକ୍ତ କରିନି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।…

   Related Posts