କଂଗ୍ରେସ ଓ ଆପ୍ ପାଇଁ ବଢିବ ଅଡୁଆ, ପଞ୍ଜାବରେ ଏକାକୀ ଲଢିବ ବିଜେପି !

Published By : Prameya-News7 Bureau | November 17, 2020 IST

ଚଣ୍ଡିଗଡ,୧୭|୧୧:   ପଞ୍ଜାବରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ, ଆକାଳୀ ଦଳ ଓ ଆମ ଆଦମୀ ପାର୍ଟି ପାଇଁ ଅଡୁଆ ବଡିପାରେ । କାରଣ ଅକାଳୀ ଦଳ ଏନଡିଏରୁ ପୃଥକ ହେବା ପରେ ଭାରତୀୟ ଜନତା ପାର୍ଟି ସମସ୍ତ ୧୧୭ ଆସନରେ ଲଢିବା ପାଇଁ ଅଣ୍ଟା ଭିଡିଛି ।

ବିଜେପି ମହାସଚିବ ତରୁଣ ଚୁଗ୍ କହିଛନ୍ତି ଯେ,  ଦଳ ୨୦୨୨ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ସମସ୍ତ ୧୧୭ ଆସନରେ ଲଢିବା ପାଇଁ ପ୍ରସ୍ତୁତ ହେଉଛି ।

ସେ ଆହୁରି କହିଛନ୍ତି ଯେ, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ କରି ୨୩ ହଜାର ବୁଥରେ ସାଙ୍ଗଠନିକ ସ୍ତରରେ ମଜବୁତ କରାଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସନ୍ତା ୧୯ ତାରିଖେ ଦଳର ବିଭିନ୍ନ ଜିଲ୍ଲା କାର୍ଯ୍ୟାଳୟକୁ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ । ଏହାପରଠୁ ନିର୍ବାଚନ ପାଇଁ ରୂପରେଖ ପ୍ରସ୍ତୁତ ହେବ । କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନାକୁ ତଳସ୍ତରରେ ପହଁଚାଯିବ ।

ସୂଚନାଯୋଗ୍ୟ, ପ୍ରାୟ ୨ ମାସ ତଳେ ଅକାଳୀ ଦଳ ଏନଡିଏରୁ ଅଲଗା ହୋଇଥିଲା । କୃଷି ବିଲକୁ ବିରୋଧ କରି ଦଳ ଏନଡିର ହାତ ଛାଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.