Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୨୦୨୨ ନିର୍ବାଚନ ଲଢ଼ିବ ବିଜେପି

2/06/2021 at 3:47 PM

ଲକ୍ଷ୍ନୌ ୦୨/ ୦୬ : ଉତ୍ତର ପ୍ରଦେଶ ରାଜନୀତିରେ ଗତ କିଛି ଦିନ ହେଲା ରାଜନୈତିକ ଗୁଜବ ଜାରି ରହିଛି। ବର୍ତ୍ତମାନ ଦିଲ୍ଲୀରୁ ଲକ୍ଷ୍ନୌ ଆସିଥିବା ବିଜେପି ନେତା ରାଜଧାନୀରେ ଅନେକ ବରିଷ୍ଠ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହାପରେ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳର ନେତା ରହିବେ। କେବଳ ସେତିକି ନୁହେଁ, ଦଳ ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ।
ବିଜେପିର ରାଷ୍ଟ୍ରୀୟ ମହାସଚିବ ବି.ଏଲ.ସନ୍ତୋଷ ମଙ୍ଗଳବାର ରାତିରେ ଗତ ୫ ସପ୍ତାହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କୋଭିଡ ସ୍ଥିତି ମୁକାବିଲାର ପ୍ରଶଂସା କରିଛନ୍ତି ଓ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି।
ଅପରପକ୍ଷରେ ଦଳର ଜାତୀୟ ଉପାଧ୍ୟକ୍ଷ ରାଧା ମୋହନ ସିଂହ ନେତୃତ୍ୱ ପରିବର୍ତ୍ତନ ଖବରକୁ ଏକ କଳ୍ପନା ବୋଲି କହିଛନ୍ତି। ମହାସଚିବ ବି.ଏଲ.ସନ୍ତୋଷଙ୍କ ସହ ୩ ଦିନିଆ ଗସ୍ତରେ ଲକ୍ଷ୍ନୌ ଆସିଥିବା ରାଧା ମୋହନ ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ମଙ୍ଗଳବାର ଦିନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମାଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ଇସାରା କରୁଛି ଯେ ଯୋଗୀ ଆଦିତ୍ୟନାଥଙ୍କୁ ମୋଦୀ ଏବଂ ଶାହାଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳୁଛି। ଉତ୍ତର ପ୍ରଦେଶ ପାଇଁ ଆଦିତ୍ୟନାଥ ସବୁଠାରୁ ଭଲ ନେତା ବୋଲି କେନ୍ଦ୍ରରେ ଆକଳନ ହେଉଛି। ନିଜର ଶାସନ ମଡେଲ, କଠିନ ପରିଶ୍ରମ ଓ ସ୍ୱଚ୍ଛ ଛବି ପାଇଁ ଯୋଗୀ ଆଦିତ୍ୟନାଥ ବହୁତ ଲୋକପ୍ରିୟ। ଏହିସବୁ କାରଣରୁ ହାଇକମାଣ୍ଡଙ୍କ ବିଶ୍ୱାସ ଯୋଗୀଙ୍କ ଉପରେ ସୁଦୃଢ ରହିଛି।
କିନ୍ତୁ ଉଭୟ ପାର୍ଟି ୟୁନିଟ୍ ଏବଂ ରାଜ୍ୟ କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି। ୟୁପି ସରକାରର ଜଣେ ମନ୍ତ୍ରୀ କହିଛନ୍ତି ଯେ, “କ୍ୟାବିନେଟର ପୁନଃ ନିର୍ମାଣ ଏବଂ ଜାତୀୟ ସମୀକରଣକୁ ଆହୁରି ସନ୍ତୁଳିତ କରିବା ପାଇଁ କିଛି ନୂଆ ଲୋକଙ୍କୁ ସାମିଲ କରାଯାଇପାରେ ଏବଂ ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ପାଇଁ କିଛି ମନ୍ତ୍ରୀଙ୍କୁ ସଂଗଠନରେ ଦାୟିତ୍ୱ ଦିଆଯାଇପାରେ।
କେନ୍ଦ୍ରର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ, ବିଜେପି ଟିମକୁ ଲକ୍ଷ୍ନୌ ପଠାଇବାର ଏକ ମୁଖ୍ୟ କାରଣ ହେଲା, ରାଜ୍ୟରେ କୋଭିଡ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ସମ୍ବନ୍ଧରେ ନାନା ସୂଚନା ଆସିଥିଲା। ରାଜ୍ୟରେ ନିକଟରେ ହୋଇଥିବା ପଂଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ପ୍ରସ୍ତୁତି ସମୀକ୍ଷା ମଧ୍ୟ କରାଯାଇଛି। ଦେଶରେ ଘାତକ କରୋନାର ଦ୍ୱିତୀୟ ଲହର ପରେ ଉତ୍ତର ପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି। ଗମ୍ଭୀର କୋଭିଡ ସ୍ଥିତି ସମୟରେ ବିଜେପିର କିଛି ବିଧାୟକ ବିପରୀତ ବୟାନ ଦେଇଥିଲେ। ରାଜ୍ୟ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଯୁକ୍ତି କରିଛନ୍ତି ଯେ ‘ଏହା ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟର ବିଷୟ। ଆପଣଙ୍କ ପାଖରେ ୩୦୦ ରୁ ଅଧିକ ବିଧାୟକ ଅଛନ୍ତି।ଏହିଭଳି ସ୍ଥିତିରେ କିଛି ଲୋକ ଗୁରୁତ୍ୱପୂର୍ଣ୍ଣ ପଦବୀ ନ ପାଇ ନିଶ୍ଚୟ ଅସନ୍ତୁଷ୍ଟ ପ୍ରକାଶ କରିବେ।

   Related Posts