Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଜାନୁୟାରୀ ୧୧ତାରିଖରେ ରାଜଧାନୀ ଦିଲ୍ଳୀରେ ବାଜିବ ବିଜେପିର ୨୦୧୯ ନିର୍ବାଚନ ବିଗୁଲ

30/12/2018 at 12:52 PM

ନୂଆଦିଲ୍ଲୀ ୩୦/୧୨: ଭାରତୀୟ ଜନତା ପାର୍ଟି ଆସନ୍ତା ମାସ ରାଜଧାନୀ ଦିଲ୍ଲୀରୁ ସାଧାରଣ ନିର୍ବାଚନର ଶଂଖଫୁଙ୍କିବ। ଦିଲ୍ଲୀର ରାମଲୀଳା ମଇଦାନରେ ଭାଜପା ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ସମ୍ବୋଧିତ କରିବେ। ଜାନୁୟାରୀ ୧୧ ଓ ୧୨ତାରିଖରେ ହେବାକୁ ଥିବା ଏହି ଅଧିବେଶନ ପ୍ରସ୍ତୁତିରେ ଭାଜପା ନେତା ଏବେଠାରୁ ଲାଗି ଯାଇଛନ୍ତି।

ଏହାର ପ୍ରସ୍ତୁତି ପାଇଁ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଦିଲ୍ଲୀ ରାଜ୍ୟ ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ସାଧାରଣ ସଚିବ ଡ. ଅନିଲ ଜୈନ,କେନ୍ଦ୍ର ମନ୍ତ୍ରୀ ତରୁଣ ଚୁଘ,ରାଜ୍ୟ ସଙ୍ଗଠନ ସାଧାରଣ ସଚିବ ସିଦ୍ଧାର୍ଥନ୍ ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବୈଠକ ପରେ ଡ.ଅନିଲ ଜୈନ କହିଥିଲେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଅଧିବେଶନ ସବୁଠୁ ବଡ଼ ବୈଠକ। ଏଥିରେ ଦେଶ ବ୍ୟାପୀ ସବୁ ଜିଲ୍ଲାର ପାଖାପାଖି ୧୨ହଜାର ପ୍ରତିନିଧି ସମ୍ମିଳିତ ହେବେ।

ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖିଲେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା,କେନ୍ଦ୍ର ମନ୍ତ୍ରୀ,ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ନିର୍ବାଚନ ଜିତିବା ପାଇଁ ମନ୍ତ୍ର ଶୁଣାଇବେ। ଭାଜପା ରାଜ୍ୟ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ ରାଷ୍ଟ୍ରୀୟ ଅଧିବେଶନର ପ୍ରସ୍ତୁତି ପାଇଁ ୨୪ଟି ବିଭାଗ ଗଠନ କରାଯାଇଛି।

ଏହାର ଦାୟିତ୍ବ ଭିନ୍ନ ଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କୁ ଦିଆଯାଇଛି। ଦେଶ ବ୍ୟାପୀ ସମସ୍ତ ଜିଲ୍ଲାରୁ ଆସୁଥିବା ପ୍ରତିନିଧିଙ୍କୁ ଏୟାରପୋର୍ଟ, ରେଲଓ୍ବେ ଷ୍ଟେସନରୁ ନେବା ଆଣିବା କରିବା ସହ ସେମାନଙ୍କ ରହିବା,ଖାଇବା ଏବଂ ରାମଲୀଳା ମଇଦାନରେ ଆୟୋଜିତ କେନ୍ଦ୍ର ଅଧିବେଶନକୁ ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଏହି ୨୪ଟି ବିଭାଗ କରିବେ।

   Related Posts