ଆଉ ମାତ୍ର ୫ ବିଧାନସଭା ଓ ଜଗତସିଂହପୁର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର୧|୪: ବିଜେପି ଆଜି ୧୧ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।  ତେବେ ସମସ୍ତଙ୍କ ନଜରରେ ଥିବା ପୁରୀ ବିଧାନସଭା ଆସନରେ ଜୟନ୍ତ ଷଢଙ୍ଗୀ ଓ ଭୁବନେଶ୍ବର ଉତ୍ତରରେ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ପାଟକୁରାରେ ହେଭିଓ୍ବେଟ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ଯାହା ଉପକୂଳ ରାଜନୀତିରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।

ପାଟକୁରାରୁ ବିଜେପି ପ୍ରାର୍ଥୀ ହେଲେ ବିଜୟ ମହାପାତ୍ର । ଆଜି ବିଜେପି ୧୧ ବିଧାନସଭା ଓ ୩ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପାଟକୁରାରୁ ବିଜୟ ମହାପାତ୍ରଙ୍କ ନାଁ ଘୋଷଣା ହେବା ପରେ ଏହା ଉପକୂଳ ରାଜନୀତି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ଏମିତି କରି ଦଳ ଉପକୂଳ ଓଡିଶାର ରାଜନୈତିକ ସମୀକରଣ ବଦଳାଇବା ସହ କେନ୍ଦ୍ରାପଡାରେ ବିଜୟ ଆଶାକୁ ବଳ ଦେବାକୁ ଚାହିଁଛି । ସେପଟେ  ବିଜୟ କହିଛନ୍ତି ପାଟକରୁରା ତାଙ୍କ ଜନ୍ମ ମାଟି । ଦଳ ଯେଉଁ ଦାୟିତ୍ବ ଦେଇଛି ତାହାକୁ ସଫଳ କରିବା ପାଇଁ ସେ ଉଦ୍ୟମ କରିବେ । ସେପଟେ ବିଜେଡି ପାଟକୁରାରୁ ହେଭିଓ୍ବେଟ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଛି । ତେଣୁ ପାଟକୁରାରେ ଏଥର ଲଢେଇ ଜମିବା ସ୍ପଷ୍ଟ ।

ସେହିଭଳି  ବିଜେପି ଆଜି ଘୋଷଣା କରିଥିବା ୩ ଲୋକସଭା ଆସନରେ ମଧ୍ୟ ନୂଆ ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି ।  ଲଗାତାର ଭାବେ ଭଦ୍ରକରୁ ବିଜେଡି ସାଂସଦ ଭାବେ ଜିତି ଆସୁଥିବା ଅର୍ଜୁନ ସେଠୀ  ଟିକେଟ ନପାଇ ଦଳ ଛାଡିବା ପରେ ଅର୍ଜୁନଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ  ଭଦ୍ରକରୁ ସାଂସଦ ପ୍ରାର୍ଥୀ କରିଛି  ବିଜେପି । ହେଲେ ମୟୁରଭଞ୍ଜ ଲୋକସଭା ପାଇଁ ଦଳରେ ମିଶିଥିବା ଲକ୍ଷ୍ମଣ ଡୁଡୁଙ୍କୁ ଟିକେଟ ନଦେଇ ଇଂଜିନିୟର ବିଶ୍ବେଶର ଟୁଡୁଙ୍କୁ ପ୍ରାର୍ଥୀ କରିଛି ଦଳ ।  ଯାଜପୁରରୁ ମୀ ମଲ୍ଲିକଙ୍କୁ ଦେଇଛି ସାଂସଦ ଟିକେଟ୍‌  । ସେହିଭଳି ଆନନ୍ଦପୁର  ବିଧାନସଭା ପାଇଁ ଆଲୋକ ସେଠୀ, ରାଇରଙ୍ଗପୁର ନବଚରଣ ମାଝୀ, ମୋରଡା କୃଷ୍ଣଚନ୍ଦ୍ର ମହାପାତ୍ର ଟିକେଟ ପାଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡି ଟିକେଟ ନପାଇ ବିଜେପିରେ ମିଶି ଟିକେଟ ହାତେଇଛନ୍ତି । ବିଜେପି ଛାଡି ବିଜେପିରେ ମିଶିଥିବା ଜୟନ୍ତ ଷଡଙ୍ଗୀଙ୍କୁ ପୁରୀରୁ ଟିକେଟ ଦେିଛି ବିଜେପି ।  ଆଠମଲ୍ଲିକ ଭଗିରଥୀ ପ୍ରଧାନ, ବାଙ୍କୀ ଶୁଭ୍ରାଂଶୁ ଶେଖର ପାଢୀ, ଆଠଗଡ ବ୍ରଜେନ୍ଦ୍ର ରାୟ, ମହାକାଳପଡା ବିଜୟ ପ୍ରଧାନ, ଭୁବନେଶ୍ବର ଉତ୍ତର ପାଇଁ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି

ଶାସକ ଦଳର ଅସନ୍ତୁଷ୍ଟ ନେତାଙ୍କୁ ଆଣି ନିଜ ବଳ ବଢାଇବା ସହ ନୂଆ ସମୀକରଣ ସୃଷ୍ଟି କରୁଥିବା ବିଜେପି ୧୪୨ ବିଧାନସଭା ୨୦ ଲୋକସଭା ସିଟ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି । ବାକି ବିଧାନସଭା ଜଗତସିଂହପୁର ଲୋକସଭା ସିଟ ଲାଗି ଅଙ୍କ କଷୁଛି ଦଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.