Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନିର୍ବାଚନ ପୂର୍ବରୁ ରାଫେଲ ବିବାଦ ଶେଷ ହେବାର ସମ୍ଭାବନା କମ୍ : ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଶାନ୍ତ ପଡ଼ିନି ବିରୋଧୀ କଂଗ୍ରେସ

24/12/2018 at 7:04 PM

ଭୁବନେଶ୍ୱର ୨୪/୧୨ : ସ୍ବାସ୍ଥ୍ୟ,ସେବା,ଯୋଗାଯୋଗ ପରେ ପ୍ରତିରକ୍ଷା ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୁଏ ।ଶତ୍ରୁକୁ ପରାସ୍ତ ତଥା  ପତିଆରା ଯାହିର ପାଇଁ ବିଭିନ୍ନ ପ୍ରତିରକ୍ଷା ଡିଲ କରିଥାନ୍ତି ବିଭିନ୍ନ ଦେଶ। କିମ୍‌ଙ୍କ ପରମାଣୁ ପରିକ୍ଷଣକୁ ନେଇ ସିନା ଉତ୍ତର କୋରିଆ ଆମେରିକା ମୁହାଁ ମୁହିଁ ହୋଇଥିଲେ। ଭାରତରେ କିନ୍ତୁ  ରାଫେଲକୁ ନେଇ ଉଠିଥିଲା ଝଡ଼ । ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଆଉ କେନ୍ଦ୍ର ସରକାର । ୨୦୧୪ରେ କଳାଟଙ୍କା, ରାମମନ୍ଦିର ମୁଦ୍ଦାକୁ ନେଇ ସରକାଗଢ଼ିଥିଲା ଏନ୍‌ଡିଏ। ୨୦୧୮ରେ ରାଫେଲ ଡିଲକୁ ନେଇ କେନ୍ଦ୍ର ସରକାରଙ୍କୁ ଅଶନିଶ୍ବାସୀ କରିଛି କଂଗ୍ରେସ ।

ରାଜନୀତି ଯୁଦ୍ଧରେ ରାଫେଲ। କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସର ରାଫେଲ ମାଡ଼। ରାହୁଲଙ୍କ ରାଫେଲ ଅସ୍ତ୍ରରେ ଘାଇଲା ବିଜେପିକୁ ସଞ୍ଜିବନୀ ଦେଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଶାନ୍ତ ପଡ଼ିନି ବିରୋଧୀ କଂଗ୍ରେସ । କୋର୍ଟଙ୍କ ରାୟ ପରେ ରାହୁଲ ଦେଶକୁ କ୍ଷମା ମାଗନ୍ତୁ ବୋଲି ବିଜେପି ନେତା ଦାବି କରୁଥିବା ବେଳେ କଂଗ୍ରେସ ଜେପିସି ତଦନ୍ତ ଦାବିରେ ଅଡି ବସିଛି। ରାହୁଲଙ୍କ ରାଫେଲ ଯୋଜନା କଂଗ୍ରେସ ପାଇଁ କେତେ ଫଳପ୍ରଦ ହୋଇଛି ତାହାତ ଭିନ୍ନ କଥା, କିନ୍ତୁ ବେଶ୍ କିଛି ଦିନ ଧରି ବନ୍ଦ କରିଦେଇଥିଲା ପିଜେପି ତୁଣ୍ଡ। ୧୮ରେ ଏହି ପ୍ରସଙ୍ଗକୁ ନେଇ ଫାଇଟର ପ୍ଲେନ୍ ଠୁ ଢ଼େର ବେଗରେ ଉଡ଼ୁଥିଲା ରାଜନୀତି।

୧୭ରେ ବିମୁଦ୍ରୀକରଣ ଓ ଜିଏସ୍‌ଟି ଥିଲା ବିରୋଧୀଙ୍କ ପ୍ରମୁଖ ଅସ୍ତ୍ର । ୧୮ରେ କିନ୍ତୁ ଏଣ୍ଟ୍ରି ମାରିଥିଲା ରାଫେଲ ଡିଲ୍ । ସଂସଦରୁ ସାଧାରଣ ସଭା, ସବୁଠି କଂଗ୍ରେସ ପାଇଁ ରାଫେଲ ବଡ଼ ମୁଦ୍ଦା ପାଲଟିଥିଲା। ଏହି ଡିଲ୍ ରେ ବଡ ଧରଣର କିକ୍ ବ୍ୟାକ୍ ହୋଇଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାଫେଲ ଚୁକ୍ତିକୁ ନେଇ ପ୍ରଥମେ ଦ୍ବନ୍ଦ୍ବ ସୃଷ୍ଟି କରିଥିଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ । ରାଫେଲ ଡିଲ ପାଇଁ କେନ୍ଦ୍ର ସରକାର ରିଲାଏନ୍ସ ଡିଫେନ୍ସର ନାଁ ସୁପାରିସ କରିବା କଥା ଓଲାନ୍ଦ କହିବା ପରେ ତେଜିଥିଲା ରାଜନୀତି । ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା କଂଗ୍ରେସ

ବିଭିନ୍ନ ସମୟରେ ରାଫେଲକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ। ସର୍ବୋଚ୍ଚ ଅଦାଲତ  ଜନସ୍ବାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି। କୋର୍ଟ ରାୟ ଦେବାର ଦିନକ ପରେ ଦେଖା ଦେଇଥିଲା ନୂଆ ବିବାଦ। ମୂଲ୍ୟ ସମ୍ପର୍କିତ ତଥ୍ୟ ସଂଶୋଧନ ପାଇଁ କୋର୍ଟଙ୍କ ନିକଟରେ ଅପିଲ କରିଥିଲେ ସରକାର। ଯାହା ସମ୍ପୂର୍ଣ୍ଣ ରାୟକୁ ସନ୍ଦେହ ଘେରକୁ ଠେଲି ଦେଇଛି ।

ପ୍ରଥମେ ଡିଲକୁ ନେଇ ପ୍ରଶ୍ନ କରିଥିବା କଂଗ୍ରେସ ଏବେ ଏନଡିଏକୁ ମିଛୁଆ ସରକାରର ଆଖ୍ୟା ଦେଇଛି ମାମଲାର ଜେପିସି ତଦନ୍ତ ଦାବିରେ ଅଡ଼ି ବସିଛନ୍ତି। ପୂବର୍ତନ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ରାଫେଲ ଝଡ଼ ୧୮ରେ ଶେଷ ହେବ ତାହାର ସମ୍ଭାବନା କମ୍।

୨୯ ବର୍ଷ ତଳେ ଠିକ୍‌ ଏମିତି ଏକ ଡିଲ ରାଜୀବ ଗାନ୍ଧୀଙ୍କୁ କ୍ଷମତାରୁ ଦୂରେଇ ଦେଇଥିଲା। ବହୁ ଚର୍ଚ୍ଚିତ ବୋଫର୍ସ ଡିଲ୍ ସେତେବେଳର ସରକାରଙ୍କୁ ତଳି ତଳାନ୍ତ କରିଥିଲା। ଏବେ ମଧ୍ୟ ଦେଶରେ ଠିକ୍‌ ସେମିତି ପରିସ୍ଥିତି ସୃଷ୍ଟି ହେଉଛି।୩ ହିନ୍ଦୀ ହାର୍ଟ ଲ୍ୟାଣ୍ଡରେ ଏନଡିଏର ପରାଜୟର ଦିନକ ପରେ ସରକାରଙ୍କୁ କ୍ଲିନଚିଟ୍‌ ଦେଇଥିଲେ ସୁପ୍ରିମକୋର୍ଟ । ତାହା ପୁଣି ଅସ୍ପଷ୍ଟ। ଯାହାର ପୁନଃ ବିଚାର ହେଲେ କିଛି ମଧ୍ୟ ଘଟିପାରେ। ତେଣୁ ୨୦୧୮ର ରାଫେଲ ଝଡ଼ ୨୦୧୯ରେ ନିଶ୍ଚିତ ଉଠିବ।

ବର୍ଷ ଶେଷ ବେଳକୁ  ରାଫେଲରେ ଏଣ୍ଟ୍ରି କରିଛି ହାଲ। ରାଫେଲ ଫାଇଟର୍‌ ଜେଟ୍‌ ତିଆରି କରିବା କ୍ଷମତା ‘ହାଲ୍‌’ର ଥିବା କଥା କହିଛନ୍ତି  ହାଲ ଅଧ୍ୟକ୍ଷ। ହାଲ ଅଧ୍ୟକ୍ଷଙ୍କ ବୟାନ କୌଣସି ଝଡ଼ ତ ସୃଷ୍ଟି କରିନି କିନ୍ତୁ ହାଲକୁ ଯେ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ତାହା ସ୍ପଷ୍ଟ ହୋଇଛି ।

ନିର୍ବାଚନ ପୂର୍ବରୁ ରାଫେଲ ବିବାଦ ଶେଷ ହେବାର ସମ୍ଭାବନା କମ୍। ୧୯ ନିର୍ବାଚନରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରିବା ନିଶ୍ଚିତ। ତେଣୁ ବର୍ଷ ଶେଷ ସହ ଯେ ରାଫେଲ ଝଡ ଶେଷ ହୋଇଯିବ ଏହା କୁହାଯାଇ ନପାରେ।

   Related Posts