ବିଜେପି ବନାମ ବିଜେଡି: ସିବିଆଇ ବନାମ ଓଡିଶା ପୋଲିସ, ଜମିଲା ସମନ ରାଜନୀତି

Published By : Prameya-News7 Bureau | January 30, 2019 IST

ଭୁବନେଶ୍ବର୩୦|୧: ସିବିଆଇ ବନାମ ରାଜ୍ୟ ପୋଲିସ । ପୁଣି ଆରମ୍ଭ ହେଲା ଫାଇଟ। ରାଜନୀତିର ପଶାପାଲିରେ ସିବିଆଇ ଏବଂ ଓଡିଶା ପୋଲିସ। ସିବିଆଇ ବିଜେଡି ନେତାକୁ ବାନ୍ଧିବାକୁ ମସୁଧା କରୁଥିବା ବେଳେ ଓଡିଶା ପୋଲିସ ବିଜେପି ନେତାକୁ କାଠଗଡାକୁ ଟାଣିବାକୁ ଯାଉଛି। ଏମାନଙ୍କ ପଛରେ ବିଜେଡି ଓ ବିଜେପିର ବଳକଷାକଷି  ରାଜ୍ୟରାଜନୀତିକୁ ହଲଚଲ କରିଛି…

{"id":79897,"width":597,"height":339}

ସମନ ପଲିଟିକ୍ସକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି ।  ସିବିଆଇ ବନାମ ଓଡିଶା ପୋଲିସ। ଏବେ ସମନ ପେଷିଛନ୍ତି, କିଏ ଆଗ ଆକ୍ସନ ମୋଡକୁ ଆସିବ। । ୨୦୧୯ ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା । ତେଣୁ ବିଜେଡି ନେତାଙ୍କୁ ସିବିଆଇ ସମନ ଆଉ ବିଜେପି ନେତାଙ୍କୁ ଓଡ଼ିଶା ପୋଲିସର ସମନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ।  ଚିଟଫଣ୍ତ୍ ଦୁର୍ନୀତିରେ ସମ୍ପୃକ୍ତ ଅଭିଯୋଗରେ ବିଜେଡି ନେତା ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ ପେଶିଛି ସିବିଆଇ। ଠିକ୍‌ ସେହିଦିନ ଛତ୍ରପୁରର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ ଦେଇଛି ଓଡ଼ିଶା ପୋଲିସ। ବିଜେଡି ଓ ବିଜେପି ଭିତରେ ପରସ୍ପରକୁ ଚେକ୍ ଦେବାକୁ ଏହା ଯେ ଏକ ରଣନୀତି ତାହା ସ୍ପଷ୍ଟ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପ୍ରତିପକ୍ଷକୁ ବ୍ୟାକ ଫୁଟରେ ରଖି କିଭଳି ନିର୍ବାଚନ ବୈତରଣୀ ପାର କରାଯିବ ସେହି ଯୋଜନାରେ  ଏବେ ରାଜ୍ୟର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ  ବିଜେଡି ଓ ବିଜେପି।

{"id":79898,"width":593,"height":335}

ସେପଟେ ବେଳ ଦେଖି କଂଗ୍ରେସ ବି ତାନା ମାରିଛି। ନୟାଗଡ଼ରେ କଂଗ୍ରେସ କର୍ମୀ ଅରୁଣଙ୍କ ବିରୋଧରେ ଗର୍ଜିଛନ୍ତି । ଆଉ ଏଣେ ପିସିସି ସଭାପତି କହିଛନ୍ତି  ପୂର୍ବରୁ କାହିଁକି ଆକ୍ସନକୁ ଆସୁନଥିଲା ସିବିଆଇ।

{"id":79899,"width":598,"height":321}

ନିର୍ବାଚନ ପୂର୍ବରୁ ସିବିଆଇର ମତିଗତି ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ​‌ସେପଟେ ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ବିଜେପି ନେତାଙ୍କ ବିରୋଧରେ ସମନ ହେବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି କହୁଛି। ତେବେ ପୋଲିସ କହିଛି ଏହି ହତ୍ୟା ଘଟଣାରେ ଅନ୍ୟ ଅଭିଯୁକ୍ତିଙ୍କୁ ଗିରଫ କରିବା ଲାଗି ବାହାର ରାଜ୍ୟକୁ ଯାଇଛି ପୋଲିସ।

{"id":79900,"width":599,"height":340}

ସବିଆଇ ଓ ଓଡିଶା ପୋଲିସର ମୁହାଁ ମୁହିଁ ରାଜ୍ୟ ରାଜନୀତିକୁ ନୂଆ  ମୋଡ ଦେବ ବୋଲି କୁହାଯାଉଛି। ପ୍ରଶ୍ନ ଉଠୁଛି କଣ ଏମାନେ ସମନରେ ସୀମୀତ ରହିବେ ନା ପରସ୍ପରର କ୍ଷତି କରିବା ଲାଗି ଗିରଫଦାରିକୁ ଓହ୍ଲାଇବେ। ଯଦି ଗିରଫ ଦାରୀ ଆରମ୍ଭ ହୁଏ ତେବେ କାହାର ବେଶୀ କ୍ଷତି ହେବ । କିନ୍ତୁ ସବୁ ଦଳ ଯେଭଳି ରାଜନୀତି କରି ପ୍ରସଙ୍ଗକୁ ହାଲକା କରିବାକୁ ଚାହୁଛନ୍ତି  ତାହା ଓଡିଆଙ୍କ ହିତରେ ନୁହେଁ ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.