ବିଜେପିର ବିଜୟ ସଂକଳ୍ପ ସମାବେଶର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୭ ଦିନ ଧରି ଚାଲିବ

Published By : Prameya-News7 Bureau | March 10, 2019 IST

ଅନୁଗୁଳ ୧୦|୩ : ଆଜିଠୁ ବିଜେପିର ବିଜୟ ସଂକଳ୍ପ ଅଭିଯାନ ଆରମ୍ଭ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ମୋଦି ଅଛନ୍ତି ତ ସବୁ ସମ୍ଭବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ବିଜୟ ସଂକଳ୍ପ ଅଭିଯାନ ମାଧ୍ୟମରେ ବିଜେପି ର ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ସଫଳ ଶାସନ ମଡେଲକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ୭ ଦିନ ଧରି ୫ ହଜାରରୁ ଅଧିକ ସ୍ଥାନରେ ସାଧାରଣ ସଭା,  ସମାବେଶ କରିବ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.