ମଧ୍ୟ ପ୍ରଦେଶରେ ସରକାର ଗଠନ ପ୍ରସ୍ତୁତିରେ ବିଜେପି, ଆଇନଗତ ପରାମର୍ଶ ନେଉଛନ୍ତି ରାଜ୍ୟପାଳ

Published By : Prameya-News7 Bureau | March 10, 2020 IST

ଭୋପାଳ ୧୦।୦୩- ମଧ୍ୟ ପ୍ରଦେଶରେ ରାଜନୀତି ଏବେ ଚରମରେ ପହଞ୍ଚିଛି। ହୋଲି ଉତ୍ସବ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ରଙ୍ଗକୁ ମଳିନ କରି ଦେଇଛନ୍ତି। ୧୮ ବର୍ଷ ପର୍ଯ୍ୟନ୍ତ  କଂଗ୍ରେସ ସହିତ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ କମଲନାଥ ଓ ପାର୍ଟିର ବରିଷ୍ଠ ନେତାଙ୍କ ସହ ଅସନ୍ତୁଷ୍ଟ କାରଣରୁ ଶେଷରେ ଆଜି ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ନିର୍ବାଚନ ସମିତି ବୈଠକ ଜାରି ରହିଛି।  ବୈଠକରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଉପରେ ଆଲୋଚନା ଚାଲିଛି।

ଆଜି ସିନ୍ଧିଆ ନିଜର ସମର୍ଥକ ୨୨ ବିଧାୟକଙ୍କ ସହିତ ପାର୍ଟିକୁ ଅଲବିଦା କରିଛନ୍ତି। ଏହା ମଧ୍ୟରେ ଦିଲ୍ଲୀରୁ ଭୋପାଳ ପର୍ଯ୍ୟନ୍ତ ସରକାର ଗଠନ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ କସରତ ଜାରି ରହିଛି। ଅନ୍ୟପକ୍ଷେ ବିଜେପି ନେତା ଗୋପାଳ ଭାର୍ଗବ, ନରୋତ୍ତମ ମିଶ୍ର ସମେତ ପାର୍ଟିର ଅନେକ ନେତା ବିଧାନସଭା ବାଚସ୍ପତି ଏନପି ପ୍ରଜାପତିଙ୍କୁ ଭେଟିଛନ୍ତି ଏବଂ ୧୯ ବିଧାୟକଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶରେ ସରକାର ଗଢିବାକୁ ବିଜେପି ପ୍ରସ୍ତୁତିରେ ଜୁଟି ଯାଇଛି।

wp:core-embed/twitter {"url":"https://twitter.com/ANI/status/1237350533012193283?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237350533012193283\u0026ref_url=https%3A%2F%2Faajtak.intoday.in%2Fstory%2Fmp-govt-crisis-congress-mlas-resignation-assembly-speaker-np-prajapati-bjp-leaders-governor-live-updates-1-1170564.html","type":"rich","providerNameSlug":"twitter","className":""}
https://twitter.com/ANI/status/1237350533012193283?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237350533012193283&ref_url=https%3A%2F%2Faajtak.intoday.in%2Fstory%2Fmp-govt-crisis-congress-mlas-resignation-assembly-speaker-np-prajapati-bjp-leaders-governor-live-updates-1-1170564.html
/wp:core-embed/twitter

ବିଜେପି ବିଧାୟକଙ୍କୁ ଭେଟିବା ପରେ ବିଧାନସଭା ବାଚସ୍ପତି କହିଛନ୍ତି ଯେ, ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସଂପ୍ରତି ମଧ୍ୟ ପ୍ରଦେଶ ରାଜ୍ୟପାଳ ଲକ୍ଷ୍ନୌରେ ଅଛନ୍ତି। ରାଜ୍ୟପାଳ ରାଜ୍ୟର ସାଂପ୍ରତିକ ସ୍ଥିତି ଉପରେ ନଜର ରଖିଛନ୍ତି। ରାଜ୍ୟପାଳଙ୍କ ଲକ୍ଷ୍ନୌରୁ ଭୋପାଳ ଫେରିବା ନେଇ କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ରେ ରହିଛି। କିନ୍ତୁ ରାଜ୍ୟପାଳ ରାଜ୍ୟର ରାଜନୀତି  ଉପରେ ଆଇନଗତ ପରାମର୍ଶ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.