ଆଜିଠୁ ପୁରୀରେ ବିଜେପିର ୨ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ

Published By : Prameya-News7 Bureau | February 02, 2019 IST

ପୁରୀ ୨|୨: ଆଜିଠୁ ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆରମ୍ଭ ହେଉଛି । ପୁରୀ ତାଳବଣିଆ ସ୍ଥିତ ଇନଡ଼ୋର ଷ୍ଟାଡ଼ିୟମରେ ୨ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଅନୁଷ୍ଠିତ ହେବ । ଜନଜାତିଙ୍କ ସୁରକ୍ଷା, ଅଧିକାର, ସମସ୍ୟା କେନ୍ଦ୍ର ସରକାର ଗ୍ରହଣ କରିଥିବା ଯୋଜନା ସଂପର୍କରେ ମହାଅଧିବେଶନରେ ଆଲୋଚନା ହେବ।

{"id":80826}

ଏଥିରେ ସମଗ୍ର ଭାରତରୁ ୭୦ ଜଣ ସାଂସଦ, ୬୦ ଜଣ ପୂର୍ବତନ ସାଂସଦ, ବିଧାୟକ, କର୍ପୋରେଟର ଓ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ୍ ହେବେ ।

{"id":80827}

ଆସନ୍ତାକାଲି ରାଜ୍ୟର ଏକ ଲକ୍ଷ ଜନଜାତିଙ୍କୁ ନେଇ ଅଧିବେଶନ ସହ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଯୋଗଦେବେ । ଇନଡ଼ୋର ଷ୍ଟାଡ଼ିୟମ୍ ଭିତରେ ଓ ବାହାରେ ପୃଥକ୍ ପୃଥକ୍ ଭାବେ ଦୁଇଟି ସଭାସ୍ଥଳର ଆୟୋଜନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.