ପଶ୍ଚିମବଙ୍ଗରେ ହିଂସା ଜାରି : ଜୟ ଶ୍ରୀରାମ ଲେଖି ୧୦ ଲକ୍ଷ ପୋଷ୍ଟକାର୍ଡ ମମତାଙ୍କ ନିକଟକୁ ପଠାଇବା ବିଜେପି

Published By : Prameya-News7 Bureau | June 02, 2019 IST

କୋଲକାତା ୨/୬ : ଜୟ ଶ୍ରୀରାମ ନାରାରେ ପଶ୍ଚିମବଙ୍ଗରେ ବିବାଦ ଜାରି ରହିଛି । ଶନିବାର ଦିନ ଉତ୍ତର ୨୪ ପରଗନା ଜିଲ୍ଲାର କାଞ୍ଚରପାଡାରେ ତୃଣମୂଳ କଂଗ୍ରେସ ବୈଠକ ପୂର୍ବରୁ ପ୍ରଦର୍ଶନ କରି ଜୟ ଶ୍ରୀରାମ ନାରା ଲଗାଉଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ହଟାଇବା ପାଇଁ ପୋଲିସ ଲାଠିଚାର୍ଜକୁ କରିଥିଲା । ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ମମତା ବାନାର୍ଜୀଙ୍କ ନିକଟକୁ ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଏହିସବୁ ପୋଷ୍ଟକାର୍ଡରେ ଜୟ ଶ୍ରୀରାମ ଲେଖି ମମତାଙ୍କ ନିକଟକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି ବିଜେପି । ବୈରକପୁରର ନବନିର୍ବାଚିତ ସାଂସଦ ଅର୍ଜୁନ ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

{"id":118660}

ସୂଚନାଯୋଗ୍ୟ ଯେ, ଶନିବାର ଦିନ କାଞ୍ଚରପାଡାରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଦର୍ଶନ କରୁଥିଲେ । ପୋଲିସ କର୍ମୀ ବିଜେପି କର୍ମୀଙ୍କୁ ସେହି ଜାଗାରୁ ହଟାଇବାକୁ ଚେଷ୍ଟା କରିଥିଲା । କାରଣ ସେହି ଜାଗାକୁ ଟିଏମସିର ଏକ ରାଲି ଯିବାରଥିଲା । କୌଣସି ହିଂସା ନହେଉ ବୋଲି ପୋଲିସ ବିଜେପି କର୍ମୀଙ୍କୁ ସେଠାରୁ ହଟାଇଦେଇ ସେଠାରେ ଆରଏଏଫ ପୋଲିସ ନିୟୋଜିତ କରିଥିଲା । ମମତା ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଗମ୍ଭିରାତାର ସହ ନେଇଥିଲା ବିଜେପି । ସାଂସଦ ଅର୍ଜୁନ ସିଂହଙ୍କ କହିବାନୁଯାୟୀ, ଜୟ ଶ୍ରୀରାମ ନାରା ଲଗାଇଥିବା ଯୋଗୁଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ସେଥିପାଇଁ ତାଙ୍କ ଦଳ ଜୟ ଶ୍ରୀରାମ ଲେଖି ୧୦ ଲକ୍ଷ ପୋଷ୍ଟକାର୍ଡ ମମତାଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି ।

{"id":118661}

ଲୋକସଭା ନିର୍ବାଚନରେ ଅର୍ଜୁନ ସିଂହ ଚର୍ଚ୍ଚିତ ବୈରକପୁର ଆସନରୁ ଜିତିଥିଲେ । ସେ ମମତା ବାନାର୍ଜୀଙ୍କୁ ନିକଟତମ ନେତା ଦୀନେଶ ତ୍ରିବେଦୀଙ୍କୁ ପରାସ୍ତ କରିଥିଲେ । ଅର୍ଜୁନ ସିଂ ଏହାପୂର୍ବରୁ ଟିଏମସି ବିଧାୟକ ଥିଲେ । କିନ୍ତୁ ନିର୍ବାଚନର ଠିକ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ ।

{"id":118662}

ଏ ସମ୍ପର୍କରେ ଅର୍ଜୁନ ସିଂହ କହିଛନ୍ତି ଯେ, ମମତା ମାନସିକ ସନ୍ତୁଳନ ହରାଇଛନ୍ତି । ବିଜେପି ଦଳର କାର୍ଯ୍ୟକର୍ତ୍ତା ଜୟ ଶ୍ରୀରାମ ନାରା ଲାଗିବାରୁ ମମତାଙ୍କ ପୋଲିସ ତାଙ୍କୁ ଗିରଫ କରିଥିଲା । ଭଗବାନ ତାଙ୍କୁ ଭଲରେ ରଖନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.