ଆସନ୍ତା ୧୦ରୁ ଆରମ୍ଭ ହେବ ବିଜେପିର ବିଜୟ ସଂକଳ୍ପ ଅଭିଯାନ

Published By : Prameya-News7 Bureau | March 06, 2019 IST

ଭୁବନେଶ୍ବର ୬|୩ : ଆସନ୍ତା ୧୦ରୁ ଆରମ୍ଭ ହେବ ବିଜେପିର ବିଜୟ ସଂକଳ୍ପ ଅଭିଯାନ । ଆସନ୍ତା ୧୦ରୁ ୧୭ ତାରିଖ ୭ ଦିନ ଧରି ବିଭିନ୍ନ ସ୍ଥାନରେ ସଭା କରିବ ଦଳ । ରାଜ୍ୟରେ ୫ହଜାର ୫୦୦ ସଭା କରି ଲୋକଙ୍କ ପାଖରେ ପହଞ୍ଚିବ ବିଜେପି । ଏହି ଅଭିଯାନ ମାଧ୍ୟମରେ ବିଜେପିର ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର କରାଯିବ । ଏହା ସହ ପ୍ରଧାନମନ୍ତ୍ରୀଙ୍କ ସଫଳ ଶାସନ ମଡେଲକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୃଥୀରାଜ । ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି, ବେକାରୀ ସମସ୍ୟା ବଢିଛି, ଶ୍ରମିକମାନେ କାମ ପାଉନଥିବା ବେଳେ ଚିଟଫଣ୍ଡ ଟଙ୍କା ଗଲା କୁଆଡେ ବୋଲି ବିଜେପି ପ୍ରଶ୍ନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.