Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

CAA ବିରୋଧରେ ବିରୋଧୀଙ୍କ ଅପପ୍ରଚାର ରୋକିବାକୁ ବିଜେପି ଆରମ୍ଭ କରିବ ଜନ ସଚେତନତା

26/12/2019 at 7:01 PM

ନୂଆଦିଲ୍ଲୀ୨୬/୧୨: ନାଗରିକତା ସଂଶୋଧନ ଆଇନ ବା ‘ସିଏଏ’ ବିରୋଧରେ ଅପପ୍ରଚାର କରୁଛନ୍ତି ବିରୋଧୀ । ଦେଶର ହିତ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଅଯଥା ବିରୋଧୀ ରାଜନୀତି କରୁଛନ୍ତି ବୋଲି ବିଜେପି ପୁଣିଥରେ ଅଭିଯୋଗ କରିଛି। ବିରୋଧୀଙ୍କ ପ୍ରଚାରକୁ ପ୍ରତିହତ କରିବାକୁ ଆସନ୍ତା ମାସରୁ ବିଜେପି ମାସରୁ ବିଜେପି ଦେଶବ୍ୟାପୀ ଜନ ସଚେତନତା ସୃଷ୍ଟି କରିବାକୁ ଘୋଷଣା କରିଛି। …

ନାଗରିକତା ସଂଶୋଧନ ଆଇନ ବା ‘ସିଏଏ’ ବିରୋଧରେ ଉଠିଥିବା ଗୁଜବ ପ୍ରଶମନ ପାଇଁ ବିଜେପି ଆରମ୍ଭ କରିବ ବ୍ୟାପକ ଜନ ସଚେତନତା ।ପ୍ରତି ପଞ୍ଚାୟତ ଓ ମୁନିସିପାଲିଟିରେ ବୁଦ୍ଧିଜୀବୀ ସମ୍ମିଳନୀ ଜରିଆରେ ସିଏଏ ନେଇ ଲୋକଙ୍କୁ ସଚେତନ କରିବ ଦଳ। ଜାନୁୟାରୀ ମାସରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ଏହି ସଚେତନତା କାର୍ଯ୍ୟକ୍ରମର ଚୁଡ଼ାନ୍ତ ରୂପରେଖ ନେଇ ଦଳ ପକ୍ଷରୁ ଆଜି ଦେଶର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଏବଂ କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ବରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିଏଏ ନେଇ ରାଜ୍ୟରେ ବ୍ୟାପକ ଜନସମ୍ପର୍କ କରାଯିବ। ଜନସଚେତନତା କାର୍ଯ୍ୟକ୍ରମ କିଭଳି କରାଯିବ ସେନେଇ ରାଜଧାନୀରେ ଦଳ ପକ୍ଷରୁ ଆଜି ଏକ କର୍ମଶାଳା ହୋଇଥିଲା।

ସେପଟେ କିନ୍ତୁ ବିରୋଧୀଙ୍କ କହିବା କଥା ନାଗରିକତା ସଂଶୋଧନ ଆଇନ ଦେଶର ହିତ ପାଇଁ ନୁହେଁ। ଏହା ଲୋକଙ୍କୁ ଭାଗଭାଗ କରିବାକୁ ପ୍ରୟାସ। ଅନ୍ୟପକ୍ଷରେ ବିଜେପି ସ୍ପଷ୍ଟ କରିଛି ସିଏଏ ହେଉଛି ଯୋଡିବାର ବ୍ୟବସ୍ଥା। ଦେଶରେ ରହୁଥିବା ଲୋକଙ୍କ ଉପରେ ‘ସିଏଏ’ର କୌଣସି କୁପ୍ରଭାବ ପକାଇବ ନାହିଁ। ଭାରତରେ ଥିବା ସମସ୍ତ ମୁସଲମାନ ଏଇଠି ରହିବେ। ସମ୍ବିଧାନର  ଧାରା ୧୪କୁ ସିଏଏ ଆଦୌ ଉଲ୍ଲଂଘନ କରୁନାହିଁ। ସିଏଏରେ ଭାରତୀୟ ନାଗରିକଙ୍କ  ସମ୍ପର୍କରେ ନୁହେଁ, ବରଂ ବିଦେଶରୁ ଆସିଥିବା ଲୋକ ତଥା ନୂଆ ଲୋକଙ୍କୁ ନାଗରିକତା କଥା ଉଲ୍ଲେଖ ଅଛି।…

ନାଗରିକତା ସଂଶୋଧନ ଆଇନ ବା (ସିଏଏ) ହେଉ କି ଜନସଂଖ୍ୟା ପଞ୍ଜିକା ବା ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟର (ଏନ୍ପିଆର)  କିମ୍ବା ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି), କେନ୍ଦ୍ର ସରକାରଙ୍କ ଏଭଳି ନୂତନ ପଦକ୍ଷେପକୁ ନେଇ ବିରୋଧୀ ଦଳଗୁଡ଼ିକ ଏବେ ରାଜରାସ୍ତାରେ। ଏହାକୁ ପ୍ରତିହତ କରିବାକୁ ବିଜେପି ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଜୋରଦାର ପ୍ରସ୍ତୁତ ହେଉଛି। କେଉଁ ପକ୍ଷ ତାଙ୍କ ଉଦ୍ୟମରେ କେତେ ସଫଳ ହେଉଛନ୍ତି ତାହା ଉପରେ ରହିବ ନଜର।

   Related Posts