ବ୍ରହ୍ମପୁର ବିଧାନସଭା ଆସନରେ ବିଜେପି ଦେବ ମହିଳା ପ୍ରାର୍ଥୀ, ବିଜେଡି ଓ କଂଗ୍ରେସର ସ୍ଥିତି ଅସ୍ପଷ୍ଟ

Published By : Prameya-News7 Bureau | February 20, 2019 IST

ବ୍ରହ୍ମପୁର ୨୦|୨ (ସୁରଜିତ ପଣ୍ଡା) : ନିର୍ବାଚନ ଯେତିକି ପାଖଉଛି, ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀଙ୍କ ଆକ୍ଟିଭିଟି ମଧ୍ୟ ବଢ଼ିବାରେ ଲାଗିଛି । ଆଶା, ଆଶଙ୍କା ଭିତରେ ଥିଲେ ବି ସମସ୍ତେ ନିଜ ନିଜ ଦାବେଦାରୀ ପେଶ୍‌ କରିବା ଚେଷ୍ଟାରେ ଅଛନ୍ତି । ଏମିତିରେ ବ୍ରହ୍ମପୁର ରାଜନୀତି ଉପରେ ଆମେ ଯଦି ନଜର ପକାଇବା ତାହେଲେ ସେଠି ତିନି ଦଳର ପ୍ରାର୍ଥୀଙ୍କୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ଥିବା ବେଳେ ବିଜେପି ଆଉ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ କ’ଣ କହୁଛି ମାହୋଲ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା ।

{"id":87127}

ଥଣ୍ଡା କମିଗଲାଣି । ବଢ଼ିଲାଣି ଗରମ । ତା’ ସାଙ୍ଗକୁ ବଢ଼ିଲାଣି ରାଜନୈତିକ ଉଷ୍ମତା । ମୁଣ୍ଡ ଉପରେ ଯେତେବେଳେ ନିର୍ବାଚନ ସେତେବେଳେ ରାଜନୈତିକ ପାଣିପାଗ ଗରମ ହେବା ସ୍ବାଭାବିକ । ଆଶା ଆଶଙ୍କା ଭିତରେ ଥିଲେ ବି ଦଳୀୟ ଟିକଟ ହାତେଇବାକୁ ଆଶାୟୀଙ୍କ ଭିତରେ ଆରମ୍ଭ ହୋଇଗଲାଣି କସରତ । ଏମିତିରେ ଆମେ ଯଦି ବ୍ରହ୍ମପୁର ରାଜନୀତି ଉପରେ ଟିକେ ନଜର ପକାଇବା ତାହେଲେ ସେଠି ତିନି ଦଳର ପ୍ରାର୍ଥୀଙ୍କୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ । ହେଲେ ଉଭୟ ବିଜେପି ଆଉ ବିଜେଡିରେ ମହିଳା ବ୍ରିଗେଡ୍‌ ଏବେ ନିଜକୁ ଖୋଲାଖୋଲି ପ୍ରୋଜେକ୍ଟ କରିବା ଆରମ୍ଭ କରିଦେଲେଣି । ବିଜେପି ଜଣେ ମହିଳା ପ୍ରାର୍ଥୀଙ୍କୁ ବ୍ରହ୍ମପୁର ବିଧାନସଭା ଆସନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଏମିତିରେ ରେସ୍‌ରେ ଅଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ପତ୍ନୀ ଆଶା ଦାସ । କାହିଁକି ନା ଗତ ନିର୍ବାଚନରେ ବିଜେଡି ଛାଡ଼ି ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଶିବ ଶଙ୍କର ଦାସ କମ୍ ମାର୍ଜିନରେ ହାରିଥିଲେ । ବିଭିନ୍ନ ମାମଲାରେ ଛନ୍ଦି ହୋଇ ସେ ଏବେ ଜେଲରେ ଅଛନ୍ତି । ତେଣୁ ତାଙ୍କ ପତ୍ନୀଙ୍କୁ ବିଜେପି ଟିକେଟ୍‌ ଦେଇପାରେ ବୋଲି କୁହାଯାଉଛି ।

{"id":87128}

ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜେପି ଯଦି ଜଣେ ମହିଳାଙ୍କୁ ପ୍ରାର୍ଥୀ କରେ ତାହେଲେ ବିଜେଡି ମଧ୍ୟ ଏହି ଆସନରେ ମହିଳାଙ୍କୁ ଅଗ୍ରାଧିକାର ଦେଇପାରେ । କାରଣ ଯେତେବେଳେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସରଂକ୍ଷଣ ଦାବି କରି ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି, ସେତେବେଳେ ବିଜେପିକୁ ଟକ୍କର ଦେବାକୁ ବ୍ରହ୍ମପୁରରେ ବିଜେଡି ଯେ, ଜଣେ ମହିଳାଙ୍କୁ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣିପାରେ । ଏନେଇ ଖୋଦ୍‌ ବ୍ରହ୍ମପୁର ବିଜେଡିର ମହିଳା ବ୍ରିଗେଡ୍‌ ମଧ୍ୟ ଆଶାରେ ଅଛନ୍ତି ।

{"id":87129}

ବ୍ରହ୍ମପୁରରେ ବିଜେଡିରୁ ୫ଥର ବିଧାୟକ ହୋଇଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ି ନପାରନ୍ତି । ଏମିତିରେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଚନ୍ଦ୍ର ଶେଖର ସାହୁ ଏବଂ ବିକ୍ରମ ପଣ୍ଡା ମଧ୍ୟ ବିଜେଡିରୁ ପ୍ରାର୍ଥୀ ରେସ୍‌ରେ ଅଛନ୍ତି । ତେଣୁ ଆଗକୁ ବ୍ରହ୍ମପୁର ରାଜନୀତିରେ କେଉଭଳି ସମୀକରଣ ଦେଖିବାକୁ ମିଳିବ ଆଉ କୋଉ ଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଅଙ୍କ ଆକଳନରେ ବ୍ୟସ୍ତ ବ୍ରହ୍ମପୁରବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.