ଭୁବନେଶ୍ବର ୩୧|୭: ଆଜି ବିଏମସି ଅଫିସ ଘେରାଉ କରିବ ବିଜେପି । ରାଜଧାନୀବାସୀଙ୍କୁ ମୌଳିକ ସୁବିଧାରୁ ବଂଚିତ ନେଇ ବିଏମସି ଅଫିସ ଘେରାଉ କରାଯିବ । ରାଜଧାନୀରେ ବିପର୍ଯ୍ୟସ୍ତ ଟ୍ରାଫିକ, ପ୍ରତ୍ୟେକ ଘର ଓ ବସ୍ତିକୁ ପାନୀୟଜଳ ଯୋଗାଣ, ପରିମଳ, ବର୍ଜ୍ୟବସ୍ତୁ ନିସ୍କାସନରେ ବିଏମସିର ବିଫଳତାକୁ ନେଇ ସକାଳ ୧୦ଟାରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଘେରାଉ କରିବେ । ରାଜଧାନୀରେ ବାତ୍ୟା ଫୋନି କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଦେବା କାମକୁ ସଂପୂର୍ଣ୍ଣ କରିବାକୁ ମଧ୍ୟ ବିଜେପି ଦାବି ରଖିବ । ସେପଟେ ବିଜେପିର ଦାବି ଉପରେ ତର୍ଜମା କରାଯିବ ବୋଲି କହିଛନ୍ତି ବିଏମସିର ଉପଆୟୁକ୍ତ।
ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...