ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବିଗୁଲ

Published By : Prameya-News7 Bureau | August 05, 2018 IST

ସରକାରଙ୍କ ବିରୋଧରେ ବିଜେପିର ବିଗୁଲ । କେନ୍ଦ୍ରୀୟ ଯୋଜନାର ହଡପ ଅଭିଯୋଗରେ ଗ୍ରାଉଣ୍ଡକୁ ଓହ୍ଲାଇବ ବିଜେପି । ସରକାରଙ୍କ ଗରୀବ ବିରୋଧୀ ନୀତି ବିରୋଧରରେ ଜନଜାଗରଣ କରିବ ଦଳ । ବିଜେପିର ହିସାବ ନିକାଶ ଲାଗି ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୨୦୧୯ ନିର୍ବାଚନ ଲାଗି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟ୍ୟାକ୍ସ କେତେ ହୋଇଛି ତାର ସମୀକ୍ଷା ହୋଇଥିଲା ।୨୧ଟି ଲୋକସଭା କ୍ଷେତ୍ରର ପ୍ରଭାରୀଙ୍କ ଠୁ ସଂଗଠନ ସଂପାଦକ ସୈଦାନ ସିଂହ ନେଇଥିଲେ ହିସାବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ ଙ୍କ ସହ ରାଜ୍ୟ ସଭାପତି ଓ ଦଳର କୋର ରାଜ୍ୟ ନେତୃତ୍ବ ବୁଥ ସ୍ତରର କାମ କେତେ ଆଗେଇଛି ତାର ସମୀକ୍ଷା କରିଥିଲେ ।ଏହା ସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର କିପରି ହଡପ କରି ନିଜ ନାଁରେ କରୁଛନ୍ତି ଓ ଲୋକଙ୍କ ପାଖରେ ତାହା ସଠିକ ପହଁଚି ପାରୁନି । ଏହାକୁ ନେଇ ଜନଜାଗରଣ କରିବାକୁ ଘୋଷଣା କରିଛି ଦଳ ।୧୪ରେବିଜେପି ଜାତୀୟ କାର୍ଯ୍ୟକାରିଣୀରେ ରାଜ୍ୟ ବିଜେପି ତାର ରିପୋର୍ଟ ରଖିବ । ବରିଷ୍ଠ ବିଜେପି ନେତା ପ୍ରତାପ ଷଢଙ୍ଗୀ ଙ୍କ ପ୍ରତିକ୍ରିୟା - 'କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘ କହିଛନ୍ତୁ ରାଜ୍ୟ ସରକାର । ଏହା ସହ ସୈଭାଗ୍ୟ ଓ ଦିନଦୟାଲ ଗ୍ରାମୀଣ ଯୋଜନାବି ସଠିକ କାର୍ଯ୍ୟକାରୀ ହେଉନି ବୋଲି କହିଛି ଦଳ । ଉଜ୍ବଳା ଯୋଜନାକୁ ନେଇ ଭୁଲ ତ୍ୟ ରକିଛି ବିଜେଡି ବୋଲି କହିଥିବା ବିଜେପି । ରାସନ କାର୍ଡରେ ୩୪ ଲକ୍ଷ ଲୋକଙ୍କୁ ସାମିଲ କରିବାକୁ କହି ଦଳୀୟ କର୍ମୀଙ୍କୁ ସାମିଲ କରିବାକୁ ସରକାର ଯୋଜନା କରୁଥିବା ଆରୋପ ବି ଆଣିଛି ବିଜେପି । ସେପଟେ ଏସବୁର ଜବାବ ରଖିଛି ବିଜେଡି । ରାଜ୍ୟ ସରକାର ଲୋକଙ୍କ ସହ ଅଛନ୍ତି । ୧୭ ଲକ୍ଷ ଘର ହୋଇଥିବା ନେଇ କେନ୍ଦ୍ରକୁ ହିସାବ ଦିଆସରିଛି । ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ ଆଣିଛନ୍ତି । ଏସବୁ ଦେଖି ଭୟଭିତ ହୋଇଥିବା ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଥିବା କହି ଜବାବ ରଖିଛି ବିଜେଡି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.