ପଶ୍ଚିମବଙ୍ଗ ନିର୍ବାଚନ : ୪୦ ଆସନରେ ଟିଏମସି ଆଗରେ, ବିଜେପି ୩୫ଟିରେ ଆଗୁଆ

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ , ୦୨।୦୫: ଚାଲିଛି ଭୋଟ୍ ଗଣତି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଗଣତି । କିଏ ଜିତିବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ତେବେ ପଶ୍ଚିମବଙ୍ଗରେ ଟ୍ରେଣ୍ଡ୍ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି ।

ଏବେ ପଶ୍ଚିମବଙ୍ଗର ୪୦ଟି ଆସନରେ ଟିଏମସି ଆଗୁଆ ରହିଥିବା ବେଳେ ବିଜେପି ୩୫ଟି ଆସନରେ ଆଗୁଆ ରହିଛି । ତେବେ କଂଗ୍ରେସ, ବାମଦଳ କିମ୍ବା କୌଣସି ସ୍ୱାଧିନ ପ୍ରାର୍ଥୀ ଏବେସୁଦ୍ଧା ଖାତା ଖୋଲିପାରି ନାହାଁନ୍ତି ।

ଯାହା ଅନୁମାନ କରାଯାଉଥିଲା ପଶ୍ଚିମବଙ୍ଗରେ ତାହା ଦେଖିବାକୁ ମିଳୁଛି । ଉଭୟ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । କିଏ ଜିତିବ ତାହା ମଧ୍ୟ କହିବା କଷ୍ଟକର । ଆଗକୁ ଏହି ଟ୍ରେଣ୍ଡ୍ ବଦଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.