Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭବାନୀପୁରରେ ମମତାଙ୍କୁ ଚେକ୍ ଦେବେ ବିଜେପି ନେତ୍ରୀ ପ୍ରିୟଙ୍କା ! ତୁଲାଇଛନ୍ତି ଯୁବମୋର୍ଚ୍ଚାର ଉପ ସଭାପତି ଦାୟିତ୍ୱ

10/09/2021 at 11:25 AM

କୋଲକାତା, ୧୦।୦୯ : ଭବାନୀପୁରର ପ୍ରାର୍ଥୀ ହୋଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ମମତା ଶୁକ୍ରବାର ମଧ୍ୟାହ୍ନରେ ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ତାଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହେବେ ପ୍ରିୟଙ୍କା ଟିବରେଓ୍ୱାଲ । ଏନେଇ ଦଳ ପକ୍ଷରୁ ଖୁବ ଶୀଘ୍ର ଘୋଷଣା କରାଯାଇପାରେ ।

ଭବାନୀପୁରରୁ ମମତା ପୂର୍ବରୁ ଦୁଇଥର ନିର୍ବାଚନରେ ​​ଜିତିଛନ୍ତି । ତାଙ୍କ ଆସନ ବଜାୟ ରଖିବା ପାଇଁ ଏହି ଉପ-ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜୟୀ ହେବା ଦରକାର । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମମତା ବାନାର୍ଜୀ ବର୍ତ୍ତମାନ ବିଧାନସଭା ସଦସ୍ୟ ନୁହଁନ୍ତି । କଂଗ୍ରେସ ମମତାଙ୍କ ସମର୍ଥନରେ ଭବାନୀପୁରରୁ ପ୍ରାର୍ଥୀ ଘୋଷଣା କରିନାହିଁ ।

ବିଜେପିର ପ୍ରାର୍ଥୀ ହେବାକୁ ଥିବା ପ୍ରିୟଙ୍କା ପେଶାରେ ଓକିଲ ଅଟନ୍ତି । ସେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ଲଗାତର ଭାବେ ଶାସକ ଦଳକୁ ଘେରିଥାନ୍ତି । ୨୦୧୫ରେ ସେ କୋଲକାତା ନଗର ପରିଷଦ ନିର୍ବାଚନ ଲଢିଥିଲେ । ସେ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । ବିଜେପି ତାଙ୍କୁ ଦଳର ୟୁବମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ କରିଥିଲା ।

୧୯୮୧ରେ କୋଲକାତାରେ ଜନ୍ମିତ ଚଳିତବର୍ଷ ସେ ଇଣ୍ଟାଲି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ଟିଏମସିର କମଲ ଶାହାଙ୍କଠାରୁ ୫୮୨୫୭ ଭୋଟରେ ପରାସ୍ତ ହୋଇଥିଲେ । ତେବେ ତାଙ୍କୁ ଦଳ ପୁଣି ଥରେ ଭବାନୀପୁରରୁ ଭରସା କରିବାକୁ ଯାଉଛି ।

   Related Posts