Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଉନଥିବା ଲୋକଙ୍କୁ ପାକିସ୍ତାନୀ ବୋଲି କହିଲେ ଟିକଟକ୍ ଷ୍ଟାର ଏବଂ ବିଜେପି ନେତ୍ରୀ ସୋନାଲି ଫୋଗାଟ

9/10/2019 at 3:37 PM

ଚଣ୍ଡିଗଡ଼ ୯/୧୦: ହରିୟାଣାର ଆଦମପୁର ଆସନରୁ ବିଜେପି ଆଶାୟୀ ପ୍ରାର୍ଥୀ ଏବଂ ଟିକ୍ ଟକ୍ ଷ୍ଟାର ସୋନାଲି ଫୋଗାଟ ଗତକାଲି ଏକ ନିର୍ବାଚନ ରାଲିରେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଉନଥିବା ଲୋକଙ୍କୁ କହିଛନ୍ତି ଯେ ‘ସେମାନେ ପାକିସ୍ତାନୀ କି’? ହିସାର ଜିଲ୍ଲାର ଆଦମପୁରରେ ଥିବା ବାଲସମନ୍ଦ ଗାଁରେ ଆୟୋଜିତ ରାଲିରେ ଫୋଗାଟ ଲୋକଙ୍କୁ ଭାରତ ମାତା କି ଜୟ ସ୍ଳୋଗାନ୍ ଦେବାକୁ କହିଥିଲେ। କିନ୍ତୁ କେତେକ ଲୋକ ଚୁପ୍ ଥିବାରୁ ସୋନାଲି ତାଙ୍କୁ ପଚାରିଥିଲେ ଯେ ‘ ପାକିସ୍ତାନରୁ ଆସିଛ କି? ତୁମେ ପାକିସ୍ତାନୀ କି? ଯଦି ତୁମେ ଭାରତୀୟ ତେବେ ଭାରତ ମାତା କି ଜୟ କୁହ’।

ଫୋଗାଟ ଏହା ପରେ ଜନଗହଳି ମଧ୍ୟରେ ସ୍ଲୋଗାନ୍ ଦେଉନଥିବା ଲୋକଙ୍କୁ କହିଥିଲେ ଯେ ‘ ତାଙ୍କୁ ଲଜ୍ଜା ଲାଗୁଛି ଯେ ଏପରି ଭାରତୀୟ ବି ଅଛନ୍ତି ଯେଉଁମାନେ ତୁଚ୍ଛ ରାଜନୀତି ପାଇଁ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଉ ନାହାନ୍ତି। ’ ଫୋଗାଟଙ୍କ ରାଗର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ କହୁଛନ୍ତି ଯେ ‘ଯେଉଁମାନେ ‘ଭାରତ ମାତା କି ଜୟ’ କହିପାରୁ ନାହାନ୍ତି ସେମାନଙ୍କ ଭୋଟର କୌଣସି ମୂଲ୍ୟ ନାହିଁ।’ କିନ୍ତୁ ଏହା ପରେ ଦେଇଥିବା ଭାଷଣରେ ସେ ଲୋକଙ୍କୁ ଅଞ୍ଚଳରେ କଲେଜ ସ୍ଥାପନ କରିବାକୁ ପ୍ରତିଶ୍ରୃତି ଦେଉଛନ୍ତି। ଫଳରେ ଲୋକେ ତାଙ୍କ ବାକ୍ୟକୁ ସମର୍ଥନ କରି ସନ୍ତୁଷ୍ଟ ହେଉଛନ୍ତି ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଉଛନ୍ତି।

ପରେ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଫୋଗାଟ କହିଛନ୍ତି ଯେ ସେ ଗହଳିରେ ବସିଥିବା ଲୋକଙ୍କୁ ପାକିସ୍ତାନୀ କହିନାହାନ୍ତି। ସେ ଆଦମପୁରରେ ମିଡିଆକୁ କହିଛନ୍ତି ଯେ ,‘ସେମାନେ କ’ଣ ପାକିସ୍ତାନରୁ ଆସିଛନ୍ତି’। ପରେ କେତେକ ଯୁବକ ତାଙ୍କ ପାଖକୁ ଆସି ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ନଦେଇଥିବାରୁ କ୍ଷମା ମାଗିଥିଲେ ।

   Related Posts