କଟକ ନଗର ବିଜେପି ୨ ଫାଳ : ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ବେଳେ ଗଣ୍ଡଗୋଳ
8/07/2019 at 10:14 AM

କଟକ ୮/୭: କଟକ ଟାଉନ୍ ହଲ୍ ରେ ବୈଠକ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହି ପରିସ୍ଥିତି ଉପୁଜିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ସଦସ୍ୟତା ସଂଗ୍ରହକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀ କାର୍ଯ୍ୟକ୍ରମ ସ୍ଥଳକୁ ଧସେଇ ପସିଥିଲେ, ସେମାନେ ଖୁବ ଜୋରରେ ହୋହଲ୍ଲା କରିବା ସହ, ସଭାସ୍ଥଳରେ ଥିବା ଚେୟାର ଫିଙ୍ଗିବା ଆରମ୍ଭ କରିଦେଇଥିଲେ।

ତେବେ ଗଣ୍ଡଗୋଳକାରିଙ୍କର ଅଭିଯୋଗ ଥିଲାଯେ, ଦଳର ନଗର ସଭାପତିଙ୍କ ସମେତ ଆଉକିଛି କର୍ମୀ ଅନ୍ତର୍ଘାତି କାର୍ଯ୍ୟ କରିଛନ୍ତି। ଯେଉଁ କାରଣରୁ ବିଜେପି ଗତ ନିର୍ବାଚନ ହାରିଛି। କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ନୟନ ମହାନ୍ତି, ବିନୋଦ ଦାଶ, ଦିଲ୍ଲୀପ ମଲ୍ଲିକ, ପ୍ରକାଶ ମିଶ୍ର ଏବଂ ଦଳର ପୂର୍ବତନ ସଂଗଠନ ମନ୍ତ୍ରୀ ଶାରଦା ସତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମରୁ କାର୍ଯ୍ୟକ୍ରମ ବିଳମ୍ବ ହୋଇଥିଲା, ବରିଷ୍ଠ ନେତା ସମୀର ଦେ କାର୍ଯ୍ୟକମକୁ ନଆସିବାରୁ କିଛିଟା ଗୁଞ୍ଜରଣ ମଧ୍ୟ ଶୁଣିବାକୁ ମିଳୁଥିଲା, ତେବେ ହଠାତ ଦଳର ଯୁବନେତା ଦେବାଶିଷ ଘୋଷ ତାଙ୍କର କିଛି ସମର୍ଥକଙ୍କ ସହ ହଲ ଭିତରକୁ ଧସେଇ ପସିବା ସହ ହୋହଲ୍ଲା କରିଥିଲେ। ଏବଂ ସେଠାରେ ପଡିଥିବା ଚେୟାର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ତେବେ କାହିଁକି ଏପରି ଘଟିଲା ବୋଲି ପ୍ରଶ୍ନ କରିବାରୁ ଦଳର ଛାମୁଆ ନେତା ମାନେ କିଛିବି କହିବାଟା ଉଚିତ ମନେ କଲେନାହିଁ।