ବିଜେପି ଟିମ୍‌ର ‘ତିତଲି’ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ ; ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସରଜମିନ୍ ତଦନ୍ତ କରିବ ଟିମ୍

Published By : Prameya-News7 Bureau | November 27, 2018 IST

ଭୁବନେଶ୍ବର ୨୭|୧୧:  ଆଜି ତିତଲି କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବ ବିଜେପି ଟିମ୍ । ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଯାଇ ବନ୍ୟାଜନିତ କ୍ଷତିଗ୍ରସ୍ତ ଅଞ୍ଚଳର ସରଜମିନ ତଦନ୍ତ କରିବ ଟିମ୍ । ବିଧାୟକ ରବି ନାୟକ ଓ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଏବଂ ରିଲିଫ କାର୍ଯ୍ୟର ଅନୁଧ୍ୟାନ କରିବେ । ତିତଲି ବାତ୍ୟାରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ନାହିଣ ନଥିବା କ୍ଷୟକ୍ଷତି ହୋଇଥିଲା । ଅନେକ ଧନଜୀବନ ନଷ୍ଟ ହୋଇଥିଲା । କିନ୍ତୁ ରିଲିଫ ବଣ୍ଟନରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନିତି ଅଭିଯୋଗ କରିଛି ବିଜେପି । ତେବେ ବିଧାନସଭା ଶୀତ ଅଧିବେଶନରେ ତିତଲି ବାତ୍ୟା ପରିଚାଳନା ସମ୍ପର୍କରେ କୌଣସି ଆଲୋଚନା ହୋଇପାରିଲା ନାହିଁ । ନିଜର ଅପାରଗତାକୁ ଘୋଡାଇବା ପାଇଁ ମାତ୍ର ୫ ଦିନରେ ବିଧାନସଭା ବନ୍ଦ କରିଦେଲେ ରାଜ୍ୟ ସରକାର । ରାଜ୍ୟ ବିଜେପି ସିଧାସଳଖ କ୍ଷତିଗ୍ରସ୍ତଙ୍କ ଆଲୋଚନା କରି ରିଲିଫ ବଣ୍ଟନର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବ ବିଜେପିର ପ୍ରତିନିଧି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.