Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଭଦ୍ରକ ଗସ୍ତରେ ବିଜେପି ରାଜ୍ୟ ସଭାପତି, ବିଭିନ୍ନ ସ୍ଥାନ ବୁଲିବା ସହ ଲୋକ ସମସ୍ୟା ନେଇ କଲେ ଆଲୋଚନା

25/02/2021 at 10:22 AM

ଭଦ୍ରକ ୨୫।୦୨: ଭଦ୍ରକ ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ବୁଲିଲେ ରାଜ୍ୟ ବିଜେପି ସଭାପତି। ଏହି ଗସ୍ତ ଅବସରରେ ଭଦ୍ରକ ଜିଲ୍ଲାର ବୈତରଣୀ ଆଖୁଆପଦା ଆନିକଟ ବୁଲି ଦେଖିଥିଲେ । ସ୍ଥାନୀୟ ନେତା ବଦ୍ରିନାରାୟଣ ଧଳ, ଅଭିମନ୍ୟୁ ସେଠୀଙ୍କ ନେତୃତ୍ଵରେ ବିଜେପି ରାଜ୍ୟ ସଭାପତି ଓ ରାଜ୍ୟ ସ୍ତରୀୟ ଟିମ ଗସ୍ତ କରିଛନ୍ତି ।

୧୯୭୧ ମସିହାରେ ବ୍ରିଟିଶ ସରକାର ଏହି ଆନିକଟକୁ ତିଆରି କରିଥିଲେ । ଏହି ଆନିକଟ ନିକଟରେ ଭିତ୍ତିଭୂମି ରହିଛି । ଯେଉଁଥିରେ ବ୍ୟାରେଜ ନିର୍ମାଣ ହେଲେ ଜଳସେଚନ ସହ ବିଦ୍ୟୁତ ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ହୋଇପାରିବ । ନିର୍ମାଣ ପରେ ୩ ଜିଲ୍ଲା ବହୁ ଲାଭବାନ ହେବେ । ସ୍ଥାନୀୟ ଲୋକେ ଚାଷ କାର୍ଯ୍ୟ ପାଇଁ ବହୁ ସୁବିଧା ମଧ୍ୟ ପାଇବେ ।

ତେଣୁ ରାଜ୍ୟ ସରକାର ଏହା ଉପରେ ଉନ୍ନୟନ କାର୍ଯ୍ୟ କରନ୍ତୁ ଏବଂ ଆନିକଟକୁ ବ୍ୟାରେଜ କରନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହାପରେ ବାଲିପୋଖରୀ ଓ କଣ୍ଟିଘାଇରେ ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ସରକାର ଯତ୍ନବାନ ହୁଅନ୍ତୁ ବୋଲି କହିଛନ୍ତି । ତେବେ ଆଖୁଆପଦା ଆନିକଟକୁ ବ୍ୟାରେଜ କରିବା ପାଇଁ ବିଜେପି ଏକ ଦସ୍ତଖତ ଅଭିଯାନ କରୁଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

   Related Posts