ବାତ୍ୟା ଫୋନି କ୍ଷତିଗ୍ରସ୍ତଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚିନଥିବା ଦାବି ନେଇ ଏସଆରସିଙ୍କୁ ଭେଟିଲା ବିଜେପି ଟିମ୍

Published By : Prameya-News7 Bureau | May 11, 2019 IST

ଭୁବନେଶ୍ବର ୧୧|୫: ବାତ୍ୟା ଫୋନିର ପରବର୍ତ୍ତୀ ପରିସ୍ଥିତିର ମୁକାବିଲାରେ ଓ ରିଲିଫ୍ ବଣ୍ଟନରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କୁ ବିଜେପି ଟିମ୍ ଭେଟିଛି । ବରିଷ୍ଠ ନେତା କେ.ଭି ସିଂହଦେଓଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଭେଟିଛି । ବାତ୍ୟା ଫୋନି ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ରିଲିଫ୍ ପହଞ୍ଚିଲାନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ସାକ୍ଷୀଗୋପାଳ ଓ କଣାସ ଅଞ୍ଚଳରେ ୭ ଦିନ ପରେ ବି ଲୋକଙ୍କ ପାଖରେ ନାଁ ଶୁଖିଲା ଖାଦ୍ୟ ପହଞ୍ଚିଛି ନା ରନ୍ଧା ଖାଦ୍ୟ ପହଞ୍ଚିଛି । ବିଞ୍ଝାରପୁର ଓ ପୁରୀରେ ଦଳୀୟ ଭିତ୍ତିରେ ଦିଆଯାଉଛି ରିଲିଫ୍ ସାମଗ୍ରୀ । ଏଥିରେ ହସ୍ତକ୍ଷେପ କରିବାକୁ ଏସଆରସିଙ୍କ ନିକଟରେ ଦାବି କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.