ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସିତ ହେଉଥିବା ଗଣଦୁଷ୍କର୍ମ ପିଡୀତା କଲେଜ ଛାତ୍ରୀଙ୍କୁ ଭେଟିଲା ବିଜେପି ଟିମ୍

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ମାଲକାନଗିରି ଗଣ ଦୁଷ୍କର୍ମରେ ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧିନ ଥିବା କଲେଜ ଛାତ୍ରୀଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ। ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଟିମ୍ ଭେଟିଛନ୍ତି । ଘଟଣାରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବା ଓ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଅନେକ ସମୟରେ ଗଣ ଦୁଷ୍କର୍ମରେ ସଂପୃକ୍ତ ଅପରାଧୀମାନଙ୍କ ପକ୍ଷରୁ ପିଡୀତାଙ୍କ ପରିବାରଲୋକଙ୍କୁ ହତ୍ୟା ଧମକ ଦିଆଯାଉଥିବା ପିଡ଼ୀତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ୨୦୧୭ରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଗତ ୨ ବର୍ଷ ହେବ ପିଡ଼ୀତ ନ୍ୟାୟ ନପାଇ ୨ ଥର ଆତ୍ମହତ୍ୟା ଉଦ୍ୟମ କରିଥବା ପିଡ଼ୀତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.