Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବୁଧାନ ମୁର୍ମୁଙ୍କ ଇସ୍ତଫା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ଟିମ୍, ଗତକାଲି ନବୀନ ନିବାସରେ ଦେଇଥିଲେ ଧାରଣା

4/04/2019 at 10:57 AM

ଭୁବନେଶ୍ବର ୪|୪ : ବିଜେପିର ସାରସକଣା ପ୍ରାର୍ଥୀ ବୁଧାନ ମୁର୍ମୁଙ୍କ ପ୍ରସଙ୍ଗରେ ବିଜେପିର ଏକ ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛି । ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପିର ଟିମ୍ ଭେଟିଛି । ବୁଧାନ ମୁର୍ମୁଙ୍କ ସରକାରୀ ଚାକିରୀରୁ ଇସ୍ତଫା ପ୍ରସଙ୍ଗକୁ ନେଇ ଭେଟିଛନ୍ତି । ବିଜେପି ଟିମ୍ ସହ ବୁଧାନ ମୁର୍ମୁ ମଧ୍ୟ ଭେଟିଛନ୍ତି ।

ଗତକାଲି ଏହି ପ୍ରସଙ୍ଗକୁ ନେଇ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର, ସମୀର ମହାନ୍ତି ଓ ବୁଧାନ ମୁର୍ମୁ । ସାରସକଣାରୁ ଡା, ବୁଧାନ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପିର ସାରସକଣା ପ୍ରାର୍ଥୀ ବୁଧାନ ମୁର୍ମୁଙ୍କ ସରକାରୀ ଚାକିରୀରୁ ଇସ୍ତଫା ସରକାର ଗ୍ରହଣ ନକରିବାକୁ ନେଇ ସୃଷ୍ଟି ହୋଇଛି ପଲିଟିକାଲ ହାଇଡ୍ରାମା । ୨୦୧୮ରେ ସରକାରୀ ଡାକ୍ତର ପଦବୀରୁ ଇସ୍ତଫା ଦେଇଥିବା ବୁଧାନଙ୍କୁ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି ବିଜେପି । ହେଲେ ୬ ମାସ ପରେ ବି ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରୁନାହାନ୍ତି ।

ଏହା ପଛରେ ବିଜେଡିର ରାଜନୈତିକ ପେଞ୍ଚ ଥିବା ବିଜେପି ଅଭିଯୋଗ କରିଥିଲା । ଏହାର ପ୍ରତିବାଦରେ ବୁଧାନଙ୍କୁ ସାଙ୍ଗରେ ନେଇ ବିଜେପିର ଟିମ୍ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପହଂଛିଥିଲେ । ବିଜେପି ଟିମ୍ ସହିତ ନବୀନଙ୍କ ରାଜନୈତିକ ସଚିବଙ୍କୁ ଭେଟିଥିଲେ । ହେଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାକୁ ସୁଯୋଗ ନ ଦେବାରୁ ସେମାନେ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ ।

   Related Posts