ଟୋକନ ପାଇଁ କୃଷକଙ୍କ ସହ ଖେଳୁଛନ୍ତି ଓ ଓଡିଶାର ଯୁବକଙ୍କ ସ୍ବପ୍ନକୁ ମାରୁଛନ୍ତି ରାଜ୍ୟ ସରକାର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

Published By : Prameya-News7 Bureau | July 22, 2021 IST

ଭୁବନେଶ୍ବର ୨୨।୭: ଟୋକନ ପାଇଁ କୃଷକଙ୍କ ସହ ଖେଳୁଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପ୍ରତି  ଭ୍ରଷ୍ଟାଚାର, ଆଳସ୍ୟ, ଉଦାସୀନତା ସ୍ପଷ୍ଟ ଦେଖାଯାଉଛି । ନବୀନ ସରକାରଙ୍କ ବିରୋଧରେ ଲୋକଙ୍କ ଭିତରେ ସ୍ବର ଉଠିଲାଣି । ଏମଏସପି ଯାହା ମିଳିବା କଥା ମିଳୁନାହିଁ । ଓଡ଼ିଶାର ଯୁବକଙ୍କ ସ୍ବପ୍ନକୁ ମାରୁଛନ୍ତି ସରକାର । ଏହି ମୁଦା ନେଇ ଆମେ ଜନତାଙ୍କ ପାଖକୁ ଯିବୁ । ସାଧାରଣ ଲୋକଙ୍କ ସ୍ବରକୁ ଧରିବୁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତରୁଣ ଚୁଗ୍ କହିଛନ୍ତି ।

ତରୁଣ ଚୁଗ୍ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ବିଜେପି କ୍ୟାଡ଼ର ବେସଡ ପାର୍ଟି । ଏହାଛଡା ସଂଗଠନକୁ ମଜବୁତ୍ କରି ଗଢ଼ିବା ଲକ୍ଷ୍ୟ ବୋଲି ସେ କହିଛନ୍ତି । ସେଥିପାଇଁ ସେ ବୁଥକୁ ଯିବେ । ମୋଦିଙ୍କ ୭ବର୍ଷ ଶାସନ ଭିତରେ ଗରିବଙ୍କ ପାଇଁ  କାମ କରିଛନ୍ତି । ୧୦କୋଟି ଗରିବ ଲୋକଙ୍କ ଘରେ ପାଇଖାନା ବସିଛି । ୧୧ କୋଟି ଲୋକଙ୍କ ଘରେ ଗ୍ୟାସ୍ ଲାଗିଛି । ବୀମା ସେକ୍ଟରରେ ୧୦ କୋଟି ଲୋକଙ୍କୁ ଫାଇଦା ମିଳିଛି । ୩ କୋଟି ୧୦ ଲକ୍ଷ ଲୋକ ଅଟଳ ପେନସନ ଯୋଜନାରେ ସାମିଲ ହୋଇଛନ୍ତି । ୭୯୦୦ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି । କରୋନା ସହ ଲଢେଇ କରିବା ସହିତ ଆର୍ଥିକ ସ୍ଥିତି ବି ବେଶି ଖରାପ ହୋଇନି । ୪୦ କୋଟି ନାଗରିକ ଟିକା ନେଇସାରିଲେଣି । ୩୧ ଡିସେମ୍ବର ବେଳକୁ ୨ ଶହ କୋଟି ଟିକା ନେବେ । କିନ୍ତୁ କିଛି ଲୋକ ଏହାକୁ ରାଜନୀତି କରୁଛନ୍ତି।  ଭାରତ ଜିତିବ । ଦେଶର ଅର୍ଥ ବ୍ୟବସ୍ଥା ଠିକ୍ ଅଛି ।

ପେଗସାସ ଉପରେ ସେ କହିଛନ୍ତି ଯେ, ଦେଶ ବିରୋଧରେ କିଛି ଲୋକ ଷଡ଼ଯନ୍ତ୍ର ରଚୁଛନ୍ତି । ତା ପଛରେ ବିଦେଶୀ ଫଣ୍ଡ କାମ କରୁଛି । କିଛି ନ୍ୟୁଜ୍ ପୋର୍ଟାଲ ଓ ଆଣ୍ଟି ଇଣ୍ଡିଆ ଗୋଷ୍ଠୀ ଚକ୍ରାନ୍ତ କରିଛନ୍ତି ବୋଲି ସେ କହିଛନ୍ତି । ଆଜିର ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ଗତ ୟୁପିଏ ସରକାର ଦାୟୀ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.