Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବର ସମସ୍ୟା ନେଇ ବିଜେଡି ଉପରେ ବର୍ଷିଲା ବିଜେପି, ଦିନକୁ ଦିନ ବଢୁଛି ସମସ୍ୟା

21/04/2019 at 4:50 PM

ଭୁବନେଶ୍ବର ୨୧|୪:   ଭୁବନେଶ୍ବରର ଅବ୍ୟବସ୍ଥାକୁ ନେଇ ପ୍ରେସମିଟ୍‌ କରିଛି ବିଜେପି । ପିସି କାରବାର ଲାଗି ଭୁବନେଶ୍ବର ବାସିନ୍ଦା ଅତିଷ୍ଠ ହୋଇଥିବା ବିଜେପି ଅଭିଯୋଗ କରିଛି । ବର୍ଷା ହେଲେ ଭୁବନେଶ୍ବର ବୁଡୁଛି । ଡ୍ରେନେଜଠାରୁ ନେଇ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହକି ବିଶ୍ବକପ ବେଳେ ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ତାହାର ରକ୍ଷଣାବେକ୍ଷଣା କରାଯାଉନାହିଁ । ଏତେବର୍ଷ ଶାସନରେ ରହିବା ପରେ ବି ବିଜେଡି ସରକାର ସହରର ମୌଳିକ ସମସ୍ୟା ଦୂର କରିପାରିନଥିବା ବିଜେପି ଆରୋପ ଲଗାଇଛି । ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ଟଙ୍କା ଦେଉଛି ହେଲେ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି । ଯିଏ ପିସି କାରବାରରେ ସମ୍ପୃକ୍ତ ତାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

   Related Posts